ସମ୍ବଲପୁର ୦୨।୦୩: କୋର୍ଟକୁ ପୁଣି ଥରେ ଧମକ । ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଆସିଛି ଧମକ । ଯାହାପରେ ପୁରା କୋର୍ଟ ପରିସରରେ ସୁରକ୍ଷାବାହିନୀ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତନତନ କରି ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କୁ ଯାଞ୍ଚ କରୁଛି ପୋଲିସ ।

ଏ ଖବର ବି ପଢନ୍ତୁ:-ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଏସଓପିକୁ ମିଳିବ ମଞ୍ଜୁରୀ !

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମା ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା । ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ । ତେବେ ଧମକ ପରେ ଜିଲ୍ଲା ପ୍ରଶାସନ ପୁରା ଆକ୍ସନ ମୋଡ୍‌କୁ ଆସିଛି । ତୁରନ୍ତ ଜିଲ୍ଲା ପୋଲିସ, ବମ୍‌ ସ୍କ୍ୱାର୍ଡ, ଡଗ୍‌ ସ୍କ୍ୱାଡ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ଏପରିକି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ତନତନ କରି ଯାଞ୍ଚ କରୁଛନ୍ତି । 
ତେବେ କିଏ ଓ କାହିଁକି ଏଭଳି ବୋମା ଧମକ ଦେଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସମ୍ବଲପୁର କୋର୍ଟକୁ ବାରମ୍ବାର ଏପରି ଧମକ କାହିଁକି ଆସୁଛି । ସେନେଇ ମଧ୍ୟ ଖୋଳତାଡ଼ ଜାରି ରଖିଛି ପୋଲିସ । ସେହିପରି ପୂର୍ବରୁ ମଧ୍ୟ କଟକ ହାଇକୋର୍ଟ ମଧ୍ୟ ବମ୍‌ରେ ଉଡ଼ାଇବାକୁ ଧମକ ଆସିଥିଲା ।

ଏ ଖବର ବି ପଢନ୍ତୁ:- ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର