ଭୁବନେଶ୍ୱର ୧୪।୧୦ : ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା କଳିଙ୍ଗନଗର ଗସ୍ତ କରିବା ସହ ଶିଳ୍ପ ପ୍ରକଳ୍ପଗୁଡ଼ିକର ମେଗା ଶିଳାନ୍ୟାସ ଓ ଉଦଘାଟନ ସମାରୋହରେ ଯୋଗଦେବେ । ଏଥିରେ ମୋଟ ୩୯ ହଜାର ୩୮୩ କୋଟି ଟଙ୍କାର ପ୍ରକଳ୍ପ ସାମିଲ ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ଜରିଆରେ ରେ ରାଜ୍ୟରେ ୪୨ହଜାର ୫୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ତେବେ ଶିଳ୍ପ ବିଭାଗ ସୂଚନା ମୁତାବକ,୧୪ଟି ଜିଲ୍ଲାରେ ଏହି ଶିଳ୍ପଗୁଡିକ ଆସୁଛି। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ  ଆଲୋଚନା ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧୬ଟି ପ୍ରକଳ୍ପର ଭୂମି ପୂଜା ଏବଂ ୩୫ଟି  ପ୍ରକଳ୍ପର ଉଦଘାଟନ ସହ ମୋଟ  ୧୫୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନରେ ଏହା ସହାୟକ ହେବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।  ଇସ୍ପାତ, ଫେରୋଆଲଏଜ୍ , ଇସ୍ପାତ ଡାଉନଷ୍ଟ୍ରିମ୍ , କେମିକାଲ୍ , ପେଟ୍ରୋକେମିକାଲ୍ , ପ୍ଲାଷ୍ଟିକ୍ , ଆଇଟି ଓ ଇଏସ୍ ଡିଏମ୍  ଏବଂ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ର ଗ୍ରାଉଣ୍ଡ ବ୍ରେକିଙ୍ଗ କରାଯିବ।

Also Read:-ରୋହିତ ପୁଣି ହେବେ ଅଧିନାୟକ ! ଖୁବ୍ ଶୀଘ୍ର ଘୋଷଣା କରିପାରେ ମୁମ୍ବାଇ ଇଣ୍ଡିଆନ୍ସ