ବିନିକା ୧୪।୧୦ : ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ । ସୁବର୍ଣ୍ଣପୁର ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ଆସିଛି । କଲେଜ୍ ଗେଟ୍ ଆଗରେ ଏକ ଧଳା କପଡ଼ାରେ ଲେଖି ହତ୍ୟା ଧମକ ଦିଆଯାଇଛି ।

ଖବର ଅନୁଯାୟୀ, ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ଚାରିଆଡେ ଜୋରସୋରରେ ଚାଲିଛି ପ୍ରଚାର । ସବୁ ପ୍ରାର୍ଥ ନିଜ ଆଡକୁ ସମର୍ଥନ ନେବା ପାଇଁ କଳବଳ ଚେଷ୍ଟା କରୁଛନ୍ତି । ତେବେ ଏସବୁ ଭିତରେ ସୁବର୍ଣ୍ଣପୁର ବିନିକି ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆସିଛି ହତ୍ୟା ଧମକ । କଲେଜ୍ ଗେଟ୍ରେ ଏକ ଧଳା କପଡ଼ାରେ ଲେଖି ହତ୍ୟା ଧମକ ଦିଆଯାଇଛି । ଯେଉଁଥିରେ କଲେଜ ଅଧ୍ୟକ୍ଷ ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ କରୁଥିବା ଅଭିଯୋଗ କରାଯାଇଛି ।

Also Read:-ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ, ୩୯ ହଜାର ୩୮୩ କୋଟି ଟଙ୍କାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ସେପଟେ ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛି । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ କିଏ କାହିଁକି ଏହି ପୋଷ୍ଟର ମାରିଛି । ସେନେଇ ମଧ୍ୟ ଖୋଳତାଡ ଜାରି ରଖିଛି ପୋଲିସ । କଲେଜ ପରିସରରେ ଉତ୍ତେଜନାପୂର୍ଣ୍ଣ ମାହୋଲ ଦେଖାଦେଇଛି ।