ଭୁବନେଶ୍ୱର ୧୨।୧୦ : ବାଣୀ ବିହାରରେ ବୋମା ଆତଙ୍କ। ବୋମା କି ବାଣ ଫୁଟିଲା ତାକୁ ନେଇ ସନ୍ଦେହରେ ପୋଲିସ। ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମ ହୋଇଛି ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ।

ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ବାଣୀ ବିହାର କ୍ୟାମ୍ପସରେ ବୋମା ଫୁଟିବା ପରି ପ୍ରଚଣ୍ଡ ଶବ୍ଦ ହୋଇଥିଲା । କ୍ୟାମ୍ପସ ଥିବା ଛାତ୍ର ଛାତ୍ରୀ ଏଣେ ତେଣେ ଦୌଡିଥିଲେ । ପରେ ହଷ୍ଟେଲ ଆଗରେ ହୋହାଲ୍ଲା କରିଥିଲେ ଛାତ୍ର ଛାତ୍ରୀ। ଏହାକୁ ନେଇ ପରେ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ଘେରିଥିଲା ବିଜୁ ଛାତ୍ର ଜନତା ଦଳ।

Also Read:-ବକେୟା ବିଲ୍ ପାଇଁ ଅନ୍ଧାରରେ ବାବା ସିଂହନାଥ, ୧୫ ଦିନ ହେଲା ଜଳୁନି ଆଲୁଅ

ସେପଟେ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଜୋନ ଏସିପି ସମତେ ସଶସ୍ତ୍ର ପୋଲିସ ବାହିନୀ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରିଥିଲେ। ଡିସିପି ଏକ ନମ୍ୱର ହଷ୍ଟେଲ ଯାଇ ବୋମା ଶବ୍ଦ ଆସିଥିବା ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଜି ଏନେଇ ଅଧିକ ଖୋଳ ତାଡ଼ ହେବ ବୋଲି ଜଣାପଡିଛି।