Tamil Nadu Election Result: ନିର୍ବାଚନ ଡିଏମକେର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପରାଜୟ ସ୍ୱୀକାର କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ। ଲୋକଙ୍କ ରାୟକୁ ଗ୍ରହଣ କରିବା ସହ ବିଜୟୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଷ୍ଟାଲିନ। ଏନେଇ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଆମେ ଲୋକଙ୍କ ରାୟ ସମ୍ମୁଖରେ ମୁଣ୍ଡ ନୁଆଁଉଛୁ ଏବଂ ଜନାଦେଶ ଗ୍ରହଣ କରୁଛୁ। ବିଜୟୀମାନଙ୍କୁ ଅଭିନନ୍ଦନ!

ଷ୍ଟାଲିନ ଏକ୍ସ ପୋଷ୍ଟରେ ତାଙ୍କ ଡିଏମ୍‌କେ ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି। ଏବଂ ସରକାରର ରେକର୍ଡ ସପକ୍ଷରେ ମତ ରଖିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେ ଗଣାଇଛନ୍ତି।

Also read- ‘ଗୋଇଠା ମାରିଲେ, ସିସିଟିଭି ମଧ୍ୟ ବନ୍ଦ କରିଦେଲେ’, ଭୋଟ ଗଣତି ମଧ୍ୟରେ ମମତା ବାନାର୍ଜୀଙ୍କ ସଙ୍ଗୀନ ଅଭିଯୋଗ

ସେ ପୋଷ୍ଟରେ ଲେଖିଛନ୍ତି "ଗତ ପାଞ୍ଚ ବର୍ଷ ମଧ୍ୟରେ,ଆମେ ଅନେକ ପ୍ରକଳ୍ପ ତିଆରି କରିଛୁ ଏବଂ ତାମିଲନାଡୁର ଲୋକମାନଙ୍କୁ ସୁଶାସନ ପ୍ରଦାନ କରିଛୁ। ଆମେ ସବୁ କ୍ଷେତ୍ରରେ ତାମିଲନାଡୁକୁ ଉନ୍ନତ କରିଛୁ। ନିର୍ବାଚନ କ୍ଷେତ୍ରରେ,ଆମେ କେବଳ ଆମର ସଫଳତା ବିଷୟରେ କହି ଭୋଟ ଚାହୁଁଥିଲୁ। ଆମେ ଲୋକଙ୍କ ପାଖରେ ପହଞ୍ଚାଇଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଯେପରି ଆଗକୁ ଜାରି ରହିବ ତାହା ନିଶ୍ଚିତ କରିବା ପାଇଁ ଭୋଟ ପାଇଁ ପ୍ରଚାର କରିଥିଲୁ।ଦ୍ରାବିଡ ମୁନେତ୍ର କାଝାଗମଙ୍କ ନେତୃତ୍ୱରେ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟକୁ ସମର୍ଥନ ଏବଂ ଭୋଟ ଦେଇଥିବା ତାମିଲନାଡୁର ସମସ୍ତ ଲୋକଙ୍କୁ ମୁଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି।"

ଷ୍ଟାଲିନଙ୍କ ନେତୃତ୍ୱରେ ଥିବା ଡିଏମକେ ସରକାରଲୋକଙ୍କର ସରକାର ଥିଲା। ସେ ସମସ୍ତଙ୍କର ସେବା କରୁଥିଲା ବୋଲି ଷ୍ଟାଲିନ କହିଛନ୍ତି। ଏନେଇ ସେ ପୋଷ୍ଟରେ ଲେଖିଛନ୍ତି ମୁଁ କେବଳ ଭୋଟ ଦେଇଥିବା ଲୋକଙ୍କ ପାଇଁ ନୁହେଁ,ବରଂ ଭୋଟ ଦେବାକୁ ଭୁଲିଯାଇଥିବା ଲୋକଙ୍କ ପାଇଁ ମଧ୍ୟ ଶାସନ କରିଥିଲି। ମୁଁ ସମସ୍ତଙ୍କ ପ୍ରତି ସତରେ ଥିଲି। ମୁଁ ମୋର ବିବେକ ଅନୁସାରେ କାମ କରିଛି।ମୁଁ ମୋ ଶକ୍ତିଠାରୁ ଅଧିକ ପରିଶ୍ରମ କରିଛି। ନେତା କରୁଣାନିଧିଙ୍କ ପ୍ରିୟ ସାଥୀମାନଙ୍କୁ,ଯେଉଁମାନେ ମୋ ପରି ତୃଣମୂଳ ସ୍ତରରେ ପରିଶ୍ରମ କରିଥିଲେ ଏବଂ ଯେଉଁମାନେ ମୋ ଆତ୍ମାସହ ଜଡିତ, ସେମାନଙ୍କୁ ହୃଦୟରୁ ମୋର ଗଭୀର କୃତଜ୍ଞତା!

Also Read- ଏଲ୍‌ଡିଏଫ୍‌ର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପିନରାୟୀ ବିଜୟନ

ତେବେ ନିଜର ଓ ଦଳର ଆଭିମୁଖ୍ୟ ସ୍ପଷ୍ଟ କରି ସେ ଲେଖିଛନ୍ତି ମୋର ରାଜନୈତିକ ସାର୍ବଜନୀନ ଜୀବନରେମୁଁ ବହୁତ ବଡ଼ ବିଜୟ ଦେଖିଛି। ମୁଁ ପରାଜୟର ସାମ୍ନା ମଧ୍ୟ କରିଛି। ତେଣୁ ମୁଁ ଏମିତି ଜଣେ ବ୍ୟକ୍ତି ଯିଏ ଏହି ବୁଝାମଣା ସହିତ କାର୍ଯ୍ୟ କରେ ଯେ ଆଦର୍ଶ ଏବଂ ନୀତି ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ,କେବଳ ବିଜୟ ଏବଂ ପରାଜୟ ନୁହେଁ। ତେଣୁ,ଦ୍ରାବିଡ଼ ମୁନେତ୍ର କାଝଗମର ରାଜନୈତିକ ଯାତ୍ରା ବିଚଳିତ ନହୋଇ ପୂର୍ବ ପରି ଜାରି ରହିବ। ଡିଏମକେଯାହା ଏପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏକ ଆଦର୍ଶ ଶାସକ ଦଳ ଭାବରେ କାର୍ଯ୍ୟ କରିଆସିଛି - ଏବେଠାରୁ ଏକ ଆଦର୍ଶ ବିରୋଧୀ ଦଳ ଭାବରେ କାର୍ଯ୍ୟ କରିବ।