ଭୁବନେଶ୍ବର ୯।୧୦: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସେବାରେ ବିଶ୍ୱାସ କରେ । ବିକାଶରେ ବିଶ୍ୱାସ କରେ । ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ ମଡେଲ ରାଜ୍ୟ ହୋଇ ପାରିଥିଲା ବୋଲି ପ୍ରକାଶ କରିବା ସହ ଏ ଅପାରଗ ସରକାର, ଡବଲ ଇଞ୍ଜିନ ସରକାର, ଅଢେଇ ବର୍ଷରେ ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି ବୋଲି ନବୀନ କ୍ଷୋଭ ପ୍ରକାଶ କରିଥିଲେ । ପଦଯାତ୍ରା ସମୟରେ ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଲୋକ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏହି ସମାବେଶରେ ସ୍ଥାନୀୟ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।

Also Read:- ୧୭ ବର୍ଷ ପରେ କଲେଜ ନିର୍ବାଚନ, ଜିଲ୍ଲା ମାନ୍ୟତା ଦାବି ନେଇ ଅଡ଼ି ବସିଲେ ଛାତ୍ର

ସୂଚନାଯୋଗ୍ୟ ଯେ, ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏ ପଦଯାତ୍ରା ନଭେମ୍ବର ଦୁଇ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦଶ ହଜାରରୁ ଅଧିକ ଜନ ସମାବେଶ ହୋଇଥିଲା ।

Watch Video: