ଥିରୁଅନ୍ତପୁରମ: କେରଳ ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଅନ୍ତ ଘଟିଛି। ବାମପନ୍ଥୀର ଲାଲ ଗଡ଼ର ପତ୍ତନ ପରେ କେରଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପିନରାୟୀ ବିଜୟନ। ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳ ରାଜେନ୍ଦ୍ର. ବି ଆର୍ଲେକରଙ୍କୁ ପଠାଇ ଦେଇଛନ୍ତି।କେରଳ ବିଧାନସଭା ନିର୍ବାଚନ ୨୦୨୬ରେସିପିଆଇ-ଏମ୍ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ୍) ପରାଜୟପରେ ବିଜୟନଙ୍କ ଇସ୍ତଫା ଆସିଛି।

ତେବେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବିଜୟନଙ୍କୁ ଦାୟିତ୍ୱ ସମ୍ଭାଳି ରଖିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ବାଚନରେ ଏଲଡିଏପ୍୩୫ ଆସନକୁ ଖସି ଆସିଛି। ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୧୦୨ ଆସନ ଜିତିଥିବା ବେଳେ ବିଜେପି ଜିତିଛି ତିନୋଟି ଆସନ।

Also Read- Himanta Biswa Sarma win: ହିମନ୍ତ ବିଶ୍ୱ ଶର୍ମାଙ୍କ କ୍ରମାଗତ ଷଷ୍ଠ ବିଜୟ, କମିଲା ବିଜୟ ବ୍ୟବଧାନ

୧୦ ବର୍ଷର ବାମପନ୍ଥୀ ଶାସନ ଶେଷ

ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭାବେ ବିଜୟନଙ୍କ ଏକ ଦଶନ୍ଧିର କାର୍ଯ୍ୟକାଳର ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ସେ ୨୦୧୬ ପରଠାରୁ ଲଗାତର ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ କେରଳରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳୁଥିଲା। ହେଲେ ୨୦୨୧ ବିଜୟନ ପୁଣିଥରେ ବିଜୟ ହେବାରୁ ଏହି ଧାରା ଭାଙ୍ଗି ଯାଇଥିଲା। ସେରାଜ୍ୟର ରାଜନୈତିକ ଇତିହାସରେ ସବୁଠାରୁ ଶକ୍ତିଶାଳୀ ନେତା ଭାବରେ ତାଙ୍କର ସ୍ଥିତିକୁ ସୁଦୃଢ଼ କରିଥିଲା।