ଭୁବନେଶ୍ୱର ୧୦।୧୦ : ମାଟି ମାଫିଆଙ୍କ ଆତଙ୍କ। ଘର ଉପରେ ବୋମାମାଡ଼ । ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁରେ ବୋମାମାଡ଼ ହୋଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁରେ ମାଟି ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି। ଜମିରୁ ଜୋରଜବରଦସ୍ତି କଲେ ମାଟି ଉଠାଣ। ବିରୋଧ କରିବାରୁ ଜମି ମାଲିକଙ୍କୁ ଧମକ। ଶେଷରେ ଘର ଉପରକୁ ଅତର୍କିତ ବୋମାମାଡ଼ କରିଥିବାର ଅଭିଯୋଗ ଆସିଛି। ସେପଟେ ଚନ୍ଦକା ଥାନା ପୋଲିସ ପାଇକରାପୁରରେ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମାମାଡ଼ କରାଯିବା ନେଇ ଚନ୍ଦକା ଥାନାରେ ରମଣି ରଞ୍ଜନ ପାଇକରାୟ କରିଛନ୍ତି ଅଭିଯୋଗ। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଛାନଭିନ୍ କରୁଛି।

Also Read:-R & B ବିଭାଗରେ ୯ କୋଟିର ହେରଫେର୍‌ ମାମଲା, ଆଉ ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ