ଭୁବନେଶ୍ଵର: ବିଜେଡିର ସନ୍ଦେହ ସତ ହୋଇଛି। ଛାତ୍ର ନିର୍ବାଚନ ତାହା ପ୍ରମାଣିତ କରିଛି। ସବୁ କଲେଜ ଅଧ୍ୟକ୍ଷ ଓ କୁଳପତିଙ୍କୁ ନିର୍ଦ୍ଦେଶ ଯାଇଛି ଯେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ। ଖୋଦ ଉଚ୍ଚଶିକ୍ଷା ମନ୍ତ୍ରୀ ଏହା କରାଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନ ଥାଇ ବି ନିର୍ବାଚନ ବାତିଲ ହେଲା। ଗଣମାଧ୍ୟମରେ ଏମିତି ଅଭିଯୋଗ ଆଣିଛି ବିଜେଡି।

ଦଳ କହିଛି ଯେ, ରେଭେନ୍ସା କ୍ୟାମ୍ପସରେ ଦାଣ୍ଡିଆ କରି ପ୍ରାର୍ଥୀ କରାଗଲା। ବିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବାକୁ ଧମକ ଦିଆଯାଉଛି। ଏମିତି ହେଲା ଯେ, ରାତି ୧୦ଟା ଯାଏଁ ଚୂଡ଼ାନ୍ତ ତାଲିକା ତାଲିକା ବାହାରିଲା ନାହିଁ। ଏପରି ନିର୍ବାଚନ ପରିଚାଳନା କେବେ ହୋଇ ନଥିଲା। ଲିଙ୍ଗଡୋ କମିସନଙ୍କ ନିୟମ ଭାଙ୍ଗୁଛନ୍ତି ସରକାର। ଏବିଭିପି ପ୍ରାର୍ଥୀ ପାଉନି। କ୍ଷମତାକୁ ଅପବ୍ୟବହାର କରାଯାଉଛି। ଭଦ୍ରକ ମହିଳା ମହାବିଦ୍ୟାଳୟ, ଭଣ୍ଡାରିପୋଖରୀ ପରି କଲେଜରେ ବିନା ଗଣ୍ଡଗୋଳରେ ନିର୍ବାଚନ ବାତିଲ କରାଗଲା। ବିଜେପି ପ୍ରାର୍ଥୀ କେମିତି ନିର୍ଦ୍ବନ୍ଦ୍ୱରେ ଜିତିବ ସେଥିପାଇଁ ଏମିତି କରାଯାଉଛି।। ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁଁ ଛାତ୍ରମାନଙ୍କ ଗଣତାନ୍ତ୍ରିକ ଅଧିକାର ଛଡା ଯାଉଛ। ଏହାକୁ ବିଜେଡି ଘୋର ନିନ୍ଦା କରୁଛି।

Also Read: ଛାତ୍ରଛାତ୍ର ଦେଶରେ ଭବିଷ୍ୟତ, ୮ ବର୍ଷ ନିର୍ବାଚନ ବନ୍ଦ ରଖିଥିଲେ ବିଜେଡି ସରକାର

ଚଉକା ଛକା ମାରିବ ବିଜେଡି

ଦଳ ଏହା ମଧ୍ୟ କହିଛି ଯେ, ଜେନ ଜିଙ୍କ ଅଧିକାର ଛଡ଼ା ନ ଯାଉ। ସରକାର କ୍ଷେତ୍ର ତିଆରି କରୁଛନ୍ତି। କିନ୍ତୁ ଛାତ୍ର ବିଜେଡି ଚଉକା ଛକା ମାରିବ। କେଉଁଠି ବି ବିଜେଡିର ପ୍ରାର୍ଥୀ ଆଇନ ଶୃଙ୍ଖଳା ହାତକୁ ନେଇ ନାହାନ୍ତି। ବିଜେଡି ସଭାପତି ଅହିଂସା ସହ ଗଣତନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରିବାକୁ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ବର୍ଷ ତମାମ କଲେଜରେ ପିଲାଙ୍କ ସହ ଅଛି। ସେମାନେ ବି ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି। ୧୦୦ରୁ ଅଧିକ କ୍ୟାମ୍ପସରେ ଛାତ୍ର ବିଜେଡି ନିର୍ଦ୍ବନ୍ଦ୍ବରେ ଜିତିଛି।

ଜେନ ଜି ଙ୍କ ସହ କଣ କରି ପାରିବେ ସରକାର ? ଅଭିଜିତ ଦୀପକେ ଓ ଧ୍ରୁବ ରାଠୀଙ୍କୁ ପୋଲିସ ନେଇ ଗଲେ। ହେଲେ ଜେନଜିଙ୍କ ଆନ୍ଦୋଳନ କିମ୍ବା ମୁହଁ ବନ୍ଦ କରି ପାରିବେନି ସରକାର। ଅକ୍ଟୋବର ୧୬ରେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ସେହି ଦିନ ସବୁ ବିଜେଡିର ବିଜୟ ପ୍ରାର୍ଥୀ ଶଙ୍ଖ ଭବନ ଆସିବେ। ଛାତ୍ରୀ କହୁଛନ୍ତି ସେମାନେ ସୁରକ୍ଷିତ ନୁହନ୍ତି। ସରକାର ଭୟଭୀତ ଅବସ୍ଥାରେ ଅଛନ୍ତି। ଏବିଭିପି ହାରିବା ଭୟରେ ନିର୍ବାଚନ ବନ୍ଦ କରୁଛନ୍ତି ବୋଲି ଦଳ କହିଛି।