ଭୁବନେଶ୍ୱର-;ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ନାମାଙ୍କନ ପତ୍ର ଦାଖଲ ଏହି ଅବସରରେ କଲେଜ କ୍ୟାମ୍ପସ ଗୁଡିକରେ ଛାତ୍ର ଛାତ୍ରୀଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି I ବିଶାଳ ପଟୁଆରରେ ଯାଇ ନାମାଙ୍କନ ଭରିଲେ ଛାତ୍ର ଛାତ୍ରୀ I କଲେଜ କ୍ୟାମ୍ପସରେ ନୋମିନେସନର ପାୱାର ସୋ ଥିବା ବେଳେ ,ଦିନ ୧୦ ଟା ରୁ ଅପରାହ୍ନ ୧ ପର୍ଯ୍ୟନ୍ତ ଚାଲିଲା ନାମାଙ୍କନ ଦାଖଲ I

ବାଜା ବଜାଇ ଶୋଭାଯାତ୍ରା ରେ ଯାଇ ପ୍ରାର୍ଥୀ ପତ୍ର ଦାଖଲ I ଅପରାହ୍ନ ୨ଟାରୁ ଚାରିଟା ମଧ୍ୟରେ ହେବ ପ୍ରାଥୀ ପତ୍ର ଯାଞ୍ଚ I କାଲି ସକାଳ ୧୦ ଟାରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଜାରି ରହିବ I କଲେଜ ପରିସରର ରାଜନୀତି ଏବେ ସରଗରମ ହୋଇଛି I ସମସ୍ତ ଛାତ୍ର ସଙ୍ଗଠନ ନିଜର ସମର୍ଥକଙ୍କୁ ଧରି ପଟୁଆର କରି ପାର୍ଥି ପତ୍ର ଦାଖଲ କରିବାରେ ବ୍ୟସ୍ତ I

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ନିର୍ବାଚନକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମନରେ ଅହେତୁକ କୌତୁହଳ ଥିବା ଦେଖିବାକୁ ମିଳିଛି I 

also read -; ବିରୋଧୀଙ୍କୁ ମନମୋହନଙ୍କ କଟାକ୍ଷ, ଭୋଟ ଚୋରି ହେଉଥିଲେ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ଜିତିଲେ କେମିତି ?

ଖାଲି ସେତିକି ନୁହେଁଉତ୍କଳ, ରେଭେନ୍ସା , ରମାଦେବୀ ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକରେ ଛାତ୍ର ଛତ୍ରିଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିବା ବେଳେ ,ନିର୍ବାଚନକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଆବେଗ ଉତ୍କଣ୍ଠା ସ୍ପଷ୍ଟ ବାରି ହେଇ ଯାଉଛି I ଅନେକ ବିଶ୍ୱବିଦ୍ୟାଳରେ ରାଜନୈତିକ ସମୀକରଣ ଭିନ୍ନ ଭିନ୍ନ କଥା କହୁଥିବା ବେଳେ ଅନେକ ଜାଗାରେ ଏବିଭିପିର ସାଙ୍ଗଠନିକ ଶକ୍ତି ସଦୃଢ଼ ଥିବା ଦେଖିବାକୁ ମିଳିଛି I