ବରଗଡ଼: ଆଗକୁ କଲେଜ ନିର୍ବାଚନ ଓ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବରଗଡ଼ ପୋଲିସ ବେଆଇନ ନିଶା କାରବାର ଚଢାଉ ଜୋରଦାର କରିଥିବା ବେଳେ ବ୍ୟାପକ ଚେକିଂ ଚଳାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ, ଏକ୍ସାଇଜ୍ ରେଡ୍ ସହ ଏମ୍ଭି ଚେକିଂ ବି ଜୋରସୋର୍‌ରେ ଚାଲିଛି । ଏହାରି ଭିତରେ ଶନିବାର ବରଗଡ଼ ବରପାଲି ରାସ୍ତାର ବାଲିଜୁରୀ ମାର୍କେଟ ନିକଟରୁ ବିପୁଳ କଫ୍ ସିରପ୍ ଜବତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ବାଲିଜୁରୀ ନିକଟରେ ଏମ ପିକଅପ୍ ଭ୍ୟାନକୁ ଅଟକାଇ ଚଢ଼ାଉ କରିଥିଲା ସଦର ଥାନା ପୋଲିସ। ଚଢ଼ଉ ସମୟରେ ଭ୍ୟାନ୍‌ରୁ ୧୨୦୦ ବୋତଲ କଫ୍ ସିରଫ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ବେଳେ, ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

Also Read: ବଡ଼ଚଣା ଥାନା ପରିସରରେ ଉତ୍ତେଜନା, ବିଜେଡି- ବିଜେପି କର୍ମୀ ମୁହାଁମୁହିଁ

ପୋଲିସର ସୂଚନା ଅନୁସାରେ, ଭୁବନେଶ୍ୱରରୁ ବରଗଡ଼କୁ କୋରେକ୍ସ ଅଣାଯାଉଥିଲା। ଜବତ ସାମଗ୍ରୀ ଭିତରେ ରହିଛି ଗୋଟିଏ ମହିନ୍ଦ୍ରା ପିକଅପ ଗାଡ଼ି, ୧୨୦୦ ବୋତଲ କଫ୍ ସିରଫ୍ ଏବଂ ଗୋଟିଏ ତାରପୋଲିନ । ଗିରଫ ବ୍ୟକ୍ତି ବରଗଡ଼ ଏକାମ୍ର ଛକର ଆକାଶ ବାଗ । ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ।