ଆସିକା ୧୦।୧୦ : ବିଚରାସ୍ତାରେ ହଣାକଟା । ଗଞ୍ଜାମ ଜିଲ୍ଲା ଆସିକା ବିଜୁ ପଟ୍ଟନାୟକ ପୋଷ୍ଟମଟମ ଛକରେ ଯୁବକଙ୍କୁ ହାଣିଦେଲେ ଦୁର୍ବୃତ୍ତ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶନିବାର ମଧ୍ୟାହ୍ନ ସମୟରେ ବିଜୁ ପଟ୍ଟନାୟକ ପୋଷ୍ଟମଟମ ଛକରେ ମା ଟ୍ରାଭେଲର ବସ୍ କଣ୍ଡକ୍ଟର ରାଜାଙ୍କୁ ଆକ୍ରମଣ ହୋଇଛି । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଦେଲେ ଦୁର୍ବୃତ୍ତ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କଣ୍ଡାକ୍ଟର ଜଣକ ଗୁରୁତର ଅଛନ୍ତି l ‎ଗୁରୁତର ଅବସ୍ଥାରେ ସ୍ଥାନିତ ଲୋକେ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

Also Read:-Earthquake: ଭୂକମ୍ପରେ ପୁଣି ଥରିଲା ପାନାମା; ତୀବ୍ରତା ୬.୦ ରେକର୍ଡ, ଅନେକ କୋଠା କ୍ଷତିଗ୍ରସ୍ତ

ସେହିପରି ବର୍ତ୍ତମାନ ଯାଏଁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଗଞ୍ଜାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ ଆରମ୍ଭ କରିଛି । ଏହାସହ କିଏ ଓ କାହିଁକି ଆକ୍ରମଣ ହୋଇଛି । ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।