ମାଲକାନଗିରି ୦୩।୦୫ : ମାଲକାନଗିରି ପୋଲିସକୁ ବଡ଼ ସଫଳତା। ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସ୍ଆର୍ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ। ଜବତ ଗଞ୍ଜେଇ ତେଲର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ। ଚିତ୍ରକୋଣ୍ଡା ପୋଲିସ୍ ଦ୍ବାରା ୫୦ କେଜି ଗଞ୍ଜେଇ ମଧ୍ୟ ଜବତ ହୋଇଛି। ସେହିପରିମୋବାଇଲ୍ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଗାଡ଼ି ମଧ୍ୟ ଜବତ ହୋଇଛି।

ଖବର ଅନୁଯାୟୀ, ଚିତ୍ରକୋଣ୍ଡା ଅଞ୍ଚଳର ଏକ ହାସିସ୍ ତେଲ ଉତ୍ପାଦନ ୟୁନିଟ୍ କାର୍ଯ୍ୟକ୍ଷମ ହେଉଥିବା ଜାଣିପାରି ତାକୁ ଜବତ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ। ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟକୁ ଧରିବା ପାଇଁ ପୋଲିସ ଅପରେସନ ଆରମ୍ଭ କରିଥିଲା। ଶେଷରେ ରବିବାର ସକାଳୁ ଏସଡିପିଓ ଚିତ୍ରକୋଣ୍ଡା ପ୍ରଦୋଷ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା । ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସଆର ଛକ ନିକଟରେ ଚଢ଼ାଉ କରି ଗୁପ୍ତ ହାସିସ୍ ତେଲ ମୋବାଇଲ୍ ଉତ୍ପାଦନ ୟୁନିଟ୍ ବୋଝେଇ ଗାଡ଼ିକୁ ସଫଳତାର ସହ କାବୁ କରିଥିଲା। ଯାହା ସିଲେରୁ ଅଞ୍ଚଳ ଅଭିମୁଖେ ଯାତ୍ରା କରୁଥିଲା।

Also Read:-ଦୁଗ୍ଧ ଚାଷୀଙ୍କୁ ଖୁସି କରିବାର ଦିନ ପରେ ବଢ଼ିଲା ଖାଉଟିଙ୍କ ବୋଝ, OMFED କ୍ଷୀର ଲିଟର ୪ ଟଙ୍କା ବଢ଼ିଲା

ମାଲକାନଗିରି ଏସପି ନିଜେ ଅପରେସନ୍ ତଦାରଖ କରିଥିଲେ। ଏହି ଚଢ଼ାଉରେ ଅତ୍ୟନ୍ତ ଶକ୍ତିଶାଳୀ ହାସିସ୍ ତେଲ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରାୟ ୮୦୦ ଲିଟର ରାସାୟନିକ ପଦାର୍ଥ ଏବଂ ଦ୍ରାବକ ଉଦ୍ଧାର କରାଯାଇଥିଲା। ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଭାଙ୍ଗି ଦିଆଯାଇଛି। ଗାଡ଼ିରୁ ସ୍ୱତନ୍ତ୍ର ପ୍ରସ୍ତୁତ ଉପକରଣ ସମେତ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରକ୍ରିୟାକରଣ ୟୁନିଟ୍ ଜବତ କରାଯାଇଛି। ହାସିସ୍ ତେଲର ସମ୍ଭାବ୍ୟ ଉତ୍ପାଦନର ବଜାର ମୂଲ୍ୟ ପ୍ରାୟ ୧୦୦ କୋଟି ହେବ ବୋଲି ଆକଳନ କରାଯାଇଛି। ଗାଡ଼ିର ଡ୍ରାଇଭର ଜଙ୍ଗଲର ସୁଯୋଗ ନେଇ ଘନ ଜଙ୍ଗଲ ଭିତରକୁ ପଳାଇବାରେ ସଫଳ ହୋଇଥିଲେ। ପୋଲିସ ଡ୍ରାଇଭର ଓ ଏଥିରେ ସମ୍ପୃକ୍ତ ଅନ୍ୟ ସଦସ୍ୟଙ୍କୁ ଖୋଜୁଥିବା ମାଲକାନଗିରି SP ସୂଚନା ଦେଇଛନ୍ତି ।