ରାଉରକେଲା ୧୧।୧୨ : ୨୦୨୯ ନିର୍ବାଚନକୁ ନେଇ ଏବେଠୁ ରାଜନୈତିକ ଚର୍ଚ୍ଚା । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ରାଉରକେଲାର ନେତା ସାରଦା ପ୍ରସାଦ ନାୟକ । ଆଗାମୀ ୨୦୨୯ ବିଧାନସଭା ନିର୍ବାଚନ ସେ ଲଢ଼ିବେ ନାହିଁ ବୋଲି କହିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ଏହାର କାରଣ ଦର୍ଶାଇଛନ୍ତି ।

ତେବେ ନିର୍ବାଚନ ନଲଢ଼ିବାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳୀୟ ରାଜନୀତିରେ ସକ୍ରିୟ ରହିବେ ସାରଦା । ଦଳ ପକ୍ଷରୁ ଯେଉଁ ଦାୟିତ୍ୱ ଦିଆଯିବ, ତାହା ସେ ନିଷ୍ଠାର ସହ ତୁଲାଇବେ। ଏଥିସହ ନୂତନ ବ୍ୟକ୍ତିବିଶେଷ ଓ ଯୁବକମାନଙ୍କୁ ରାଜନୀତିରେ ସୁଯୋଗ ମିଳିବା ଉଚିତ ବୋଲି ମତ ରଖିଛନ୍ତି । ସାରଦାଙ୍କ ଏହି ଘୋଷଣା ପରେ ରାଉରକେଲା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୯ରେ ତାଙ୍କ ସ୍ଥାନରେ କିଏ ଦଳୀୟ ପ୍ରାର୍ଥୀ ହେବେ, ଯୁବ ନେତୃତ୍ୱକୁ କେତେ ଗୁରୁତ୍ୱ ମିଳିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Also Read:-କୋଟି କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗ, ସମ୍ପର୍କୀୟଙ୍କ ଘରୁ ଫେରାର ହେଡ୍ କ୍ଲର୍କଙ୍କୁ ଧରିଲା ଭିଜିଲାନ୍ସ

ସୂଚନାଯୋଗ୍ୟ ଯେ,