ଭୁବନେଶ୍ବର ୧୨।୧୧: ଗଞ୍ଜାମ ବନ୍ୟା ଉପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ଯେ, ଗଞ୍ଜାମ ବନ୍ୟା ପାଇଁ ସରକାର ଦାୟୀ । ସଠିକ୍ ପରିଚାଳନା କରି ନ ପାରି ଅସ୍ବାଭାବିକ ବର୍ଷାକୁ ଦାୟୀ କରୁଛନ୍ତି ସରକାର । ପୂର୍ବ ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି, ଜାଣି ରଖିବା ଦରକାର ପୂର୍ବରୁ ବିଜେଡି ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । କିନ୍ତୁ ବର୍ତ୍ତମାନର ସରକାର ଏଥିରେ ବିଫଳ ହୋଇଛନ୍ତି ।

ଏମିତିରେ ବିଜେଡି ପ୍ରଶ୍ନ କରିଛି ଯେ, ଅତି ପ୍ରବଳ ବର୍ଷା ହେବ ବୋଲି ରେଡ୍ ଆଲର୍ଟ ଥିଲା, ବର୍ଷା ହେବ ବୋଲି ଜଣାଥିଲା । କିନ୍ତୁ ଏହା ପୂର୍ବରୁ ୬ଟି ଡ୍ୟାମରୁ ପାଣି ଖୋଲିଦେଲେ କାହିଁକି ? ଡ୍ୟାମ ଗେଟ୍ ଖୋଲିବା ପୂର୍ବରୁ ଲୋକଙ୍କୁ ପୂର୍ବ ସୂଚନା ଦିଆଯାଇଥିଲା କି ? ଅକ୍ଟୋବର ୨୩ରୁ ୨୭ ପାଇଁ ବର୍ଷା ଆଲର୍ଟ ସତ୍ତ୍ବେ ବି ସରକାରଙ୍କ କ’ଣ ପ୍ରସ୍ତୁତି ଥିଲା ସେ ନେଇ ଶ୍ବେତପତ୍ର ଜାରି କରନ୍ତୁ । ମାତ୍ର ୧୦ ପ୍ରତିଶତ ପାଣି ଆସୁଛି ବୋଲି ସରକାର କହୁଛନ୍ତି, ତେବେ ତରବରିଆ ଭାବେ କାହିଁକି ଖୋଲିଲେ ? କେହି ଏହାକୁ ମନିଟର କଲେନି ।

Also Read:- ହତ୍ୟା ପରେ ୫ ସହର ବୁଲି ଲୁଚିଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା କିଲର କେୟାର ଟେକର

ସରକାରଙ୍କ ଅପରିଣାମଦର୍ଶିତା ପାଇଁ ଏଭଳି ସ୍ଥିତି ହେଲା । ପୂର୍ବରୁ ଅନେକ ବନ୍ୟା, ବାତ୍ୟା ହୋଇଛି । ମହାବାତ୍ୟା ପରେ ନବୀନ ସରକାର ବ୍ୟବସ୍ଥାକୁ ସଜାଡିଥିଲେ । ବିପର୍ଯ୍ୟୟ ପରିଚାଳନା ପାଇଁ S୦P ତିଆରି ହୋଇଥିଲା । ସରକାର ଗ୍ରାଉଣ୍ଡଜିରୋରେ କାମ କରିବା କଥା । କିନ୍ତୁ ୨୪ ବର୍ଷର ବ୍ୟବସ୍ଥାକୁ ୨୪ ମାସରେ ନଷ୍ଟ କରିଦେଲେ । ତାହାର ଜବାବ ରଖନ୍ତୁ ବୋଲି କହିଛି ବିଜେଡି ।