ଭୁବନେଶ୍ୱର, ସେପ୍ଟେମ୍ବର ୧୪, ୨୦୨୬: NIT ରାଉରକେଲାର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂର ଛାତ୍ର ମାନସ ନାୟକଙ୍କୁ ୨୦୨୬ ବର୍ଷ ପାଇଁ ‘ଡ. ବଂଶୀଧର ପଣ୍ଡା ସ୍ୱର୍ଣ୍ଣ ପଦକ’ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୧୨ ତାରିଖରେ NIT ରାଉରକେଲାର ୨୪ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ମାନସଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ସମାବର୍ତ୍ତନ ସମାରୋହରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦୀକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୨୦୧୯ ମସିହାରେ IMFAର ପ୍ରତିଷ୍ଠାତା ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ଏହି ସ୍ୱର୍ଣ୍ଣ ପଦକ ପ୍ରତିଷ୍ଠା କରାଯାଇଥିଲା। ପ୍ରତିବର୍ଷ NIT ରାଉରକେଲାର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର B.Tech ପାଠ୍ୟକ୍ରମରେ ସର୍ବାଧିକ ନମ୍ବର ହାସଲ କରୁଥିବା ଛାତ୍ରଙ୍କୁ ଏହି ପଦକ ପ୍ରଦାନ କରାଯାଏ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଓ ମିଚିଗାନ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଥିବା ଡ. ବଂଶୀଧର ପଣ୍ଡା ଜୀବନବ୍ୟାପୀ ବୈଷୟିକ ଶିକ୍ଷା ଓ ପ୍ରତିଷ୍ଠାନ ଗଠନ ପ୍ରତି ସମର୍ପିତ ଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ NIT ରାଉରକେଲାର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଶିଳ୍ପ କ୍ଷେତ୍ର ଏବଂ ଓଡ଼ିଶାର ଧାତୁବିଜ୍ଞାନ କ୍ଷେତ୍ର ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ନିଟ୍ ରାଉରକେଲା ୨୦୧୫ରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିଥିଲା। ଧାତୁବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷକୁ ସମ୍ମାନ ଦେବା ଏବଂ ଆଗାମୀ ପିଢ଼ିର ଇଞ୍ଜିନିୟରମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ଡ. ପଣ୍ଡାଙ୍କ ଦୃଷ୍ଟିକୋଣକୁ ଆଗେଇ ନେବା ଉଦ୍ଦେଶ୍ୟରେ IMFA ପକ୍ଷରୁ ଏହି ଏଣ୍ଡାଉମେଣ୍ଟ ପ୍ରତିଷ୍ଠା କରାଯାଇଛି। 

ALSO READ -SPଙ୍କ ବାସଭବନ ସାମ୍ନାରୁ ଲୁଟ୍, ଝରକା ତାଡି ନେଇଗଲେ ଦାମୀ ଅଳଙ୍କାର

 

ମାନସ ନାୟକଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ IMFAର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସଞ୍ଜୟ କୁମାର ଶତପଥୀ କହିଛନ୍ତି, “ଡ. ବଂଶୀଧର ପଣ୍ଡା ସ୍ୱର୍ଣ୍ଣ ପଦକ ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ କ୍ଷେତ୍ରରେ ଶିକ୍ଷାଗତ ଉତ୍କର୍ଷକୁ ସମ୍ମାନିତ କରେ ଏବଂ ଯୁବ ଇଞ୍ଜିନିୟରମାନଙ୍କୁ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଉତ୍କର୍ଷ ହାସଲ କରିବାକୁ ପ୍ରୋତ୍ସାହିତ କରେ। NIT ରାଉରକେଲା ସହ ଡ. ପଣ୍ଡାଙ୍କ ଦୀର୍ଘ ଓ ମୂଲ୍ୟବାନ ସମ୍ପର୍କ ଥିବାରୁ ତାଙ୍କର ଉତ୍ତରାଧିକାରକୁ ଏହି ପ୍ରତିଷ୍ଠାନରେ ସମ୍ମାନିତ କରିବା ଆମ ପାଇଁ ବିଶେଷ ଅର୍ଥବହ। ଆମେ ମାନସ ନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ।” ରାଉରକେଲାର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂର ଛାତ୍ର ମାନସ ନାୟକଙ୍କୁ ୨୦୨୬ ବର୍ଷ ପାଇଁ ‘ଡ. ବଂଶୀଧର ପଣ୍ଡା ସ୍ୱର୍ଣ୍ଣ ପଦକ’ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ରାଉରକେଲାର ୨୪ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ମାନସଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ସମାବର୍ତ୍ତନ ସମାରୋହରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦୀକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

୨୦୧୯ ମସିହାରେ IMFAର ପ୍ରତିଷ୍ଠାତା ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ଏହି ସ୍ୱର୍ଣ୍ଣ ପଦକ ପ୍ରତିଷ୍ଠା କରାଯାଇଥିଲା। ପ୍ରତିବର୍ଷ NIT ରାଉରକେଲାର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର B.Tech ପାଠ୍ୟକ୍ରମରେ ସର୍ବାଧିକ ନମ୍ବର ହାସଲ କରୁଥିବା ଛାତ୍ରଙ୍କୁ ଏହି ପଦକ ପ୍ରଦାନ କରାଯାଏ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଓ ମିଚିଗାନ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଥିବା ଡ. ବଂଶୀଧର ପଣ୍ଡା ଜୀବନବ୍ୟାପୀ ବୈଷୟିକ ଶିକ୍ଷା ଓ ପ୍ରତିଷ୍ଠାନ ଗଠନ ପ୍ରତି ସମର୍ପିତ ଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ନିଟ୍ ରାଉରକେଲାର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଶିଳ୍ପ କ୍ଷେତ୍ର ଏବଂ ଓଡ଼ିଶାର ଧାତୁବିଜ୍ଞାନ କ୍ଷେତ୍ର ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ନିଟ୍ ରାଉରକେଲା ୨୦୧୫ରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିଥିଲା।

ଧାତୁବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷକୁ ସମ୍ମାନ ଦେବା ଏବଂ ଆଗାମୀ ପିଢ଼ିର ଇଞ୍ଜିନିୟରମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ଡ. ପଣ୍ଡାଙ୍କ ଦୃଷ୍ଟିକୋଣକୁ ଆଗେଇ ନେବା ଉଦ୍ଦେଶ୍ୟରେ IMFA ପକ୍ଷରୁ ଏହି ଏଣ୍ଡାଉମେଣ୍ଟ ପ୍ରତିଷ୍ଠା କରାଯାଇଛି।

ମାନସ ନାୟକଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ IMFAର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସଞ୍ଜୟ କୁମାର ଶତପଥୀ କହିଛନ୍ତି, “ଡ. ବଂଶୀଧର ପଣ୍ଡା ସ୍ୱର୍ଣ୍ଣ ପଦକ ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ କ୍ଷେତ୍ରରେ ଶିକ୍ଷାଗତ ଉତ୍କର୍ଷକୁ ସମ୍ମାନିତ କରେ ଏବଂ ଯୁବ ଇଞ୍ଜିନିୟରମାନଙ୍କୁ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଉତ୍କର୍ଷ ହାସଲ କରିବାକୁ ପ୍ରୋତ୍ସାହିତ କରେ। ନିଟ୍ ରାଉରକେଲା ସହ ଡ. ପଣ୍ଡାଙ୍କ ଦୀର୍ଘ ଓ ମୂଲ୍ୟବାନ ସମ୍ପର୍କ ଥିବାରୁ ତାଙ୍କର ଉତ୍ତରାଧିକାରକୁ ଏହି ପ୍ରତିଷ୍ଠାନରେ ସମ୍ମାନିତ କରିବା ଆମ ପାଇଁ ବିଶେଷ ଅର୍ଥବହ। ଆମେ ମାନସ ନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ।”