ଭୁବନେଶ୍ୱର ୧୩।୦୯ : ରିକଭରି ଏଜେଣ୍ଟଙ୍କ ଦାଦାଗିରି । ଭୁବନେଶ୍ୱର ସହିଦନଗର ରିକଭରି ଏଜେଣ୍ଟଙ୍କ ଦାଦାଗିରିର ଅଭିଯୋଗ ଆସିଛି । ଯାହାକୁ ନେଇ ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି ।

ଖବର ଅନୁଯାୟୀ,ଭୁବନେଶ୍ୱରରେ ରିକଭରି ଏଜେଣ୍ଟଙ୍କ ଦାଦାଗିରି ଅଭିଯୋଗ। ରାସ୍ତା ଉପରୁ ଆକ୍ରମଣ କରି ଛଡେଇ ନେଲେ ଗାଡ଼ି। ଗାଡ଼ିରେ ଫାଇନାନ୍ସ ନଥାଇ ରାସ୍ତା ଉପରୁ ଗାଡି ଭିଡି ନେଲେ। ଥାର୍ ଗାଡ଼ି ଜବତ୍ ସହ ସମୁଦାୟ ୫ ଜଣଙ୍କୁ ଗିରଫ କରିଛି ସହିଦ୍ ନଗର। ସେଲ୍ଫ ଡ୍ରାଇଭରେ ନେଇଥିବା କମ୍ପାନୀ ନମ୍ୱର୍ ପ୍ଲେଟ୍ ବଦଳାଇ ଚଳାଇଥିଲେ କାର୍। ଏନେଇ ସହିଦ୍ ନଗର ଥାନାରେ ଅଭିଯୋଗ କରିଥିଲେ ଗାଡ଼ି ମାଲିକାଣୀ ଇପାଞ୍ଜଳୀ ନାୟକ। ପରେ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ସେଲ୍ଫ ଡ୍ରାଇଭ୍ କମ୍ପାନୀର ଦୁଇଜଣ ଓ ମହିନ୍ଦ୍ରା ଫାଇନାନ୍ସର ଡିଭିଜନାଲ୍ ମ୍ୟାନେଜର, ଏରିଆ ମ୍ୟାନେଜର ସମେତ ରିକଭରି ଏଜେଣ୍ଟ ଗିରଫ।