ମୁମ୍ବାଇ : ମୁମ୍ବାଇରେ ଆରମ୍ଭ ହୋଇଯାଇଛି ଗଣେଶ ଉତ୍ସବର ଜୋରଦାର ପ୍ରସ୍ତୁତି। ଏହାରି ମଧ୍ୟରେ ଭକ୍ତମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ସାମ୍ନାକୁ ଆସିଛି ୨୦୨୬ ଲାଲବାଗଚା ରାଜାଙ୍କ ପ୍ରଥମ ଝଲକ । ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି । ଗଣେଶ ଉତ୍ସବ ପୂର୍ବରୁ ଲାଲବାଗଚା ରାଜାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଯାଇଛି। ଭଗବାନ ଗଣେଶଙ୍କ ଏହି ଭବ୍ୟ ମୂର୍ତ୍ତିକୁ ଦେଖିବା ପାଇଁ ମୁମ୍ବାଇବାସୀଙ୍କ ସହ ଦେଶର ବିଭିନ୍ନ ସ୍ଥାନର ଭକ୍ତମାନେ ମଧ୍ୟ ଅପେକ୍ଷା କରିଛନ୍ତି। ଲାଲବାଗଚା ରାଜାଙ୍କୁ ନେଇ ଭକ୍ତଙ୍କ ମଧ୍ୟରେ ବଢିଛି ଉତ୍ସାହ ।

 

ମୁମ୍ବାଇର ଲାଲବାଗ ଅଞ୍ଚଳରେ ପ୍ରତିଷ୍ଠିତ ହେଉଥିବା ଲାଲବାଗଚା ରାଜା ଗଣେଶୋତ୍ସବର ଏକ ପ୍ରମୁଖ ଆକର୍ଷଣ । ପ୍ରତିବର୍ଷ ଏଠାରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ।ଲାଲବାଗଚା ରାଜାଙ୍କ ଦର୍ଶନକୁ ନେଇ ଭକ୍ତମାନଙ୍କ ମନରେ ଏକ ଭିନ୍ନ ଆସ୍ଥା ରହିଛି। ଅନେକ ଭକ୍ତ ନିଜର ମନସ୍କାମନା ପୂରଣ ପାଇଁ ଏଠାକୁ ଆସି ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଥାନ୍ତି।

Also Read : ବିଘ୍ନ ଦୂର କରୁଥିବା ଭଗବାନ ଗଣେଶଙ୍କର ଏକ ଅଜଣା କାହାଣୀ...ଆସନ୍ତୁ ଜାଣିବା

ଗଣେଶ ପୂଜାକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ୨୦୨୬ ଗଣେଶୋତ୍ସବକୁ ନେଇ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି। ମଣ୍ଡପ ସଜାଠାରୁ ଆରମ୍ଭ କରି ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି। ଲାଲବାଗଚା ରାଜାଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଭକ୍ତମାନଙ୍କ ଅପେକ୍ଷା କେବେ ପ୍ରଭୁ ଗଣେଶଙ୍କୁ ସାକ୍ଷାତ ଦର୍ଶନ କରିବେ ।