ନୂଆପଡ଼ା ୧୪।୦୯ : ଏସପିଙ୍କ ବାସଭବନ ସାମ୍ନାରୁ ଲୁଟ୍‌ । ନୂଆପଡ଼ା ଏସପିଙ୍କ ବାସଭବନ ସାମ୍ନାରେ ରହୁଥିବା ଅବସରପ୍ରାପ୍ତ ସହକାରୀ ପ୍ରଫେସର କିଶୋର କୁମାର ବେହେରାଙ୍କ ଘରୁ ଚୋରି । ଝରକା ତାଡ଼ି ଲକ୍ଷାଧିକ ଟଙ୍କା ସହ ରୁପା ଓ ଶାଢ଼ୀ ଲୁଟି ନେଇଛନ୍ତି ।

ଜାତୀୟ ରାଜପଥର ଗୋଟିଏ ପଟେ ଏସପିଙ୍କ ସରକାରୀ ବାସଗୃହ ଓ ଅନ୍ୟପଟେ ଅବସରପ୍ରାପ୍ତ ସହକାରୀ ପ୍ରଫେସର କିଶୋର କୁମାର ବାରିକଙ୍କ ଘର। ଗତକାଲି ରାତିରେ ବେଡରୁମ୍ ଝରକା ଗ୍ରୀଲ ତାଡି ହଲରୁ ଚାବି ନେଇ ଗଡ଼ରେଜ ଖୋଲିଥିଲେ । ପାଖାପାଖି ଅଧକେଜି ରୁପା, ୭୦ ହଜାର ଟଙ୍କା, ପାଖାପାଖି ୨୦ ଲକ୍ଷ ଟଙ୍କାର ସମ୍ବଲପୁରୀ ପାଟ ଶାଢ଼ୀ ଓ ଜରୁରୀ କାଗଜପତ୍ର ନେଇ ଯାଇଛନ୍ତି ଲୁଟେରା। ନୂଆପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡଗ ସ୍କ୍ୱାର୍ଡ ମାଧ୍ୟମରେ ଛାନଭିନ କରାଯାଉଛି ।

Also Read:-ଚକ୍ ଦେ' ଇଣ୍ଡିଆ ! ସ୍ୱର୍ଣ୍ଣିମ ରବିବାର : ସବୁ ମ୍ୟାଚରେ ଜିତିଲା ଭାରତ