ଭୁବନେଶ୍ୱର ୧୩।୦୯ : ରାଜଧାନୀରେ ଅଭାବନୀୟ ଘଟଣା । ସଂପତ୍ତି ଭାଗ ବଣ୍ଟାକୁ ନେଇ ତୂମୁଳକାଣ୍ଡ । ଜୟଦେବବିହାର ଲେନ୍‌-୭ରେ ଥିବା ଏକ ପ୍ଲଟରେ ମାରପିଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛି ।

ଖବର ଅନୁଯାୟୀ, ରବିବାର ସକାଳ ସମୟ । ଭୁବନେଶ୍ୱରର ଭିଆଇପି ଅଞ୍ଚଳ ମଧ୍ୟରେ ଅନ୍ୟତମ ଜୟଦେବ ବିହାରରୁ ଆସିଛି ଅଭାବନୀୟ ଘଟଣା । ଘର ଭଡ଼ାକୁ ନେଇ ଲେଡିଜ୍‌ ହଷ୍ଟେଲ୍‌ରେ ତାଲା ପକାଇ ଦେଇଛନ୍ତି ମାଲିକ । ଏପିରିକି ତାଲା ପକାଇ କୁଆଡେ ପିଲାଙ୍କୁ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଛି । ପିଲାମାନେ ବିରୋଧ କରିବାରୁ ସେମାନଙ୍କୁ ନିର୍ଘାତ ପିଟି ଥିବାର ମଧ୍ୟ ଅଭିଯୋଗ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ପିଲାଙ୍କୁ ବାହାର ପଟୁ ତାଲା ପକାଇ ଦେଇଛନ୍ତି ମାଲିକ ।

Also Read:-ପୋଲିସ ଉପରକୁ ଡ୍ରଗ୍ସ ମାଫିଆଙ୍କର ମରଣାନ୍ତକ ଆକ୍ରମଣ, କନେଷ୍ଟବଳ ଗୁରୁତର

ସେପଟେ ବିବାଦ ସଂପର୍କରେ ଜାଣି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ନୟାପଲ୍ଲୀ ଥାନା ପୋଲିସ ଏବଂ ପିସିଆର ଭ୍ୟାନ୍‌ ପହଞ୍ଚି ପିଲାଙ୍କୁ ଉଦ୍ଧାର କରିଛି । ଏହାସହିତ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସା ପରେ ଥାନାରେ ଘର ମାଲିକଙ୍କ ନାଁରେ ଅଭିଯୋଗ କରିଛନ୍ତି । ନୟାପଲ୍ଲୀ ଥାନା ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।