ଭୁବନେଶ୍ୱର ୧୪।୦୯ : MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ବିଜୁ ଜନତା ଦଳ । ପ୍ରେସମିଟରେ ବିଜେଡି ବିଧାୟକ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏବେକାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ବିଷୟରେ ଜଣାଇଲେ । ତାଙ୍କୁ ପ୍ରସ୍ତାବ ଦେଲେ । ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ ଚିଠିର କୌଣସି ଉତ୍ତର ଦେଲେ ନାହିଁ । MMDR ଆଇନ ସଂଶୋଧନ କରି ରାଜ୍ୟର ଅଧିକାର ଛଡାଇ ନେଲେ । ସର୍ବଦଳୀୟ ବୈଠକ ଓ ସ୍ଵତନ୍ତ୍ର ବିଧାନସଭା ଡାକିବାକୁ ନବୀନ ପରାମର୍ଶ ଦେଇଥିଲେ । ହେଲେ ବିଜେପି ତାହା ଶୁଣିଲା ନାହିଁ । ରାଜ୍ୟର ଖଣିଜ ସମ୍ପଦ କେନ୍ଦ୍ର ହାତକୁ ଚାଲିଗଲା । କେନ୍ଦ୍ର ହାତକୁ ସବୁ ଚାଲିଗଲେ ଓଡ଼ିଶାକୁ ପୁଞ୍ଜି ନିବେଶକାରୀ ଆସିବେ ତ ?

ସେହିପରି ୨୦୦୫ ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ଟଙ୍କା ପାଇଥାନ୍ତା, ଓଡ଼ିଶା ହରାଇଲା । AG ନିଜେ କହୁଛନ୍ତି ଓଡ଼ିଶା କ୍ଷତିଗ୍ରସ୍ତ ହେବ। ୨୦୨୪ ସେପ୍ଟେମ୍ବରରେ ଯେତେବେଳେ ସୁପ୍ରିମକୋର୍ଟ ରାୟ ଆସିଥିଲା ଅର୍ଥ ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ବୈଠକ କଲେନି ? ଉତ୍ତର ଦିଅନ୍ତୁ... କାହା ସ୍ଵାର୍ଥରେ ବକେୟା ଛାଡ ? ଖଣି ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ଓଡ଼ିଶା ଆସୁଥିଲେ । କିନ୍ତୁ ସେ କ୍ଷମତା ଯେତେବେଳେ କେନ୍ଦ୍ର ସରକାର ପାଖକୁ ଗଲା, ସେତେବେଳେ ଆଉ ପୁଞ୍ଜିନିବେଶକାରୀ ସଂସ୍ଥା ରାଜ୍ୟକୁ ଆସିବେ ତ ? ତେଣୁ ରାଜ୍ୟପାଳଙ୍କ ଜରିଆରେ ଆମେ ଜଣାଇ ଦେଇଛୁ । MMDR ଆଇନ୍ ପ୍ରତ୍ୟାହାର ନହେଲେ ଅର୍ଥନୈତିକ ଅବରୋଧ, ବାଣିଜ୍ୟିକ ଅବରୋଧ, ଆନ୍ଦୋଳନ କରାଯିବ।

ସେପଟେ MMDR ସଂଶୋଧନ ପ୍ରସଙ୍ଗକୁ ନେଇ କଡ଼ା ଜବାବ ରଖିଲେ ବିଜେପି ନେତା ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, ବିଜେଡି ଅର୍ଥନୈତିକ ଅବରୋଧ କରିବା ଦ୍ୱାରା ଓଡ଼ିଶାର ଅଧିକ ଅର୍ଥନୈତକ କ୍ଷତି ହେବ । ବିଜେଡି ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତି କରୁଛି । ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି । ଜଣେ ସରକାର ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତି କରିବା ପାଇଁ ଗୋଟିଏ ମିଥ୍ୟା କାହାଣୀ ରଚନା କରୁଛନ୍ତି । MMDR ଆକ୍ଟ ଦ୍ୱାରା ସ୍ବଳ୍ପ ମିଆଦି ପାଇଁ କ୍ଷତି ହୋଇପାରେ କିନ୍ତୁ ଦୀର୍ଘ ମିଆଦି କ୍ଷେତ୍ରରେ ଓଡ଼ିଶାର ଲାଭ ହେବ । କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସବୁ ରାଜ୍ୟ ଏପରିକି ସାରା ଭାରତବର୍ଷ ପାଇଁ ଅର୍ଥନୈତିକ ଲାଭ ହେବ । ଏହାଦ୍ବାରା ଟ୍ୟାକ୍ସ ସ୍ଥିର ରହିବ । ବେଶୀ ଲୋକ ଓଡ଼ିଶାକୁ ଆସି ଅକ୍ସନରେ ଭାଗୀଦାର ହେବେ । ଏହା ଓଡ଼ିଶା ଅର୍ଥନୀତି ପାଇଁ ଲାଭଦାୟକ ହେବ ।