ଚେନ୍ନାଇ: ତାମିଲନାଡ଼ୁରେ ଥାଲାପତି ବିଜୟଙ୍କ ଗାଦି ଉପରେ ବିପଦର କଳା ବାଦଲ ଘନେଇଛି। ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ନେତୃତ୍ଵାଧୀନ ସରକାରଙ୍କୁ ସହଯୋଗୀ ପାର୍ଟି ବଡ଼ ଝଟକା ଦେଇଛନ୍ତି। ରାଜ୍ୟରେ ଅକ୍ଟୋବର ୬ରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପୂର୍ବରୁ ସିପିଆଇ ଓ ସିପିଏମ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ଉପନିର୍ବାଚନରେ ବାମପନ୍ଥୀ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ବିଧାନସଭାରେ ଟିଭିକେର ମୁସ୍କିଲ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।

ରିପୋର୍ଟ ଅନୁଯାୟୀ, ଆଗାମୀ ଉପନିର୍ବାଚନରେ ସିପିଆଇ ଧାରାପୁରମ ଏବଂ ସିପିଏମ ମଦୁରନ୍ତକମ ସିଟରୁ ନିଜର ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ଦୁଇ ଦଳ ସ୍ପଷ୍ଟ କରି ସାରିଛନ୍ତି ଯେ, ସେମାନେ ଟିଭିକେ ନେତୃତ୍ଵାଧୀନ କୌଣସି ବି ନିର୍ବାଚନୀ ମେଣ୍ଟରେ ଅଂଶ ବିଶେଷ ହେବେ ନାହିଁ। କେବଳ ଏତିକି ନୁହେଁ ସିପିଏମର ବଡ଼ ନେତା ପି ଷଣମୁଗମଙ୍କ ବୟାନ ମଧ୍ୟ ବିଜୟଙ୍କ ନିଦ ଉଡ଼ାଇ ଦେଇଛି। ଷଣମୁଗମ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ବିଜୟଙ୍କ ସରକାରଙ୍କୁ ପୂରା ୫ ବର୍ଷ ସମର୍ଥନ ମିଳିବ କି ନାହିଁ ତାହା ବିଜୟ ସରକାରଙ୍କ ନୀତି, ତାଙ୍କ ନିଷ୍ପତ୍ତି ଓ ଲୋକଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ଉପରେ ନିର୍ଭର କରେ।

Also Read: ରାଜ୍ୟସଭା ପଠାଇବା ପୂର୍ବରୁ ଭଲ ଭାବରେ ପରଖିବୁ... ରାଘବ ଚଢ଼ାଙ୍କ ଉପରେ ବର୍ଷିଲେ କେଜ୍ରିୱାଲ

ମେଣ୍ଟ ବୈଠକରୁ ଦୂରେଇ ରହିଲେ ବାମପନ୍ଥୀ

ମିଳିଥିବା ସୂଚନା ଅନୁଯାୟୀ, ଟିଭିକେ ନେତାଙ୍କ ଆହ୍ୱାନ ସତ୍ତ୍ୱେ ସିପିଆଇ ଏବଂ ସିପିଆଇ(ଏମ୍) ଦଳୀୟ ନେତାମାନେ ନିକଟରେ ଆୟୋଜିତ ସହଯୋଗୀ ଦଳଗୁଡ଼ିକର ବୈଠକରେ ଯୋଗ ଦେଇନଥିଲେ। ଦୁଇ ବାମପନ୍ଥୀ ଦଳ ନିଜ ନିଜ ସ୍ତରରେ ବୈଠକ କରି ସ୍ପଷ୍ଟ କରିଛନ୍ତି ଯେ ଉପନିର୍ବାଚନରେ ସେମାନେ ଟିଭିକେ ସହ କୌଣସି ଆସନ ବୁଝାମଣା କରିବେ ନାହିଁ ଏବଂ ନିଜ ନିଜର ପୃଥକ ପ୍ରାର୍ଥୀ ଦେବେ।

ସରକାରକୁ ବାହାରୁ ସମର୍ଥନ ଜାରି ରହିବ

ତେବେ ବିଧାନସଭାରେ ସ୍ଥିରତା ବଜାୟ ରଖିବା ପାଇଁ ଏବଂ ରାଜ୍ୟରେ ଶାସନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବିଜୟଙ୍କ ସରକାରକୁ ଦିଆଯାଇଥିବା 'ବାହ୍ୟ ସମର୍ଥନ' ଜାରି ରହିବ ବୋଲି ବାମପନ୍ଥୀ ନେତାମାନେ ସ୍ପଷ୍ଟ କରିଛନ୍ତି। ନୀତିଗତ ଏବଂ ମୂଲ୍ୟବୋଧ ଭିତ୍ତିକ ପ୍ରସଙ୍ଗରେ ବାମପନ୍ଥୀମାନେ ନିଜର ସ୍ୱତନ୍ତ୍ର ସ୍ୱର ବଜାୟ ରଖିବାକୁ ଏହି ନିଷ୍ପତ୍ତି ନେଇଛନ୍ତି।

Also Read: ବ୍ରିକ୍ସ ମଞ୍ଚରେ ଖାଦ୍ୟକୁ ନେଇ ରାଜନୀତି , ଚର୍ଚ୍ଚାରେ ରାହୁଲଙ୍କ ବିବାଦୀୟ ବୟାନ !

ବିଜୟଙ୍କ ପ୍ରତି କାହିଁକି ଅସନ୍ତୁଷ୍ଟ ବାମପନ୍ଥୀ

ରିପୋର୍ଟ ମୁତାବକ ବିଜୟଙ୍କୁ ଭାବି ପ୍ରଧାନମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରାଯିବା ନେଇ ସହଯୋଗୀ ଦଳ ଖପ୍ପା।ଏହା ବାଦ୍ ବିଶ୍ଵ ବିଦ୍ୟାଳୟରେ ରାଜନୈତିକ ଗତିବିଧି ଏବଂ ଛାତ୍ର ବିରୋଧ ପ୍ରଦର୍ଶନ ଉପରେ ବିଜୟ ସରକାରଙ୍କ ଆଦେଶକ ନେଇ ଅସନ୍ତୁଷ୍ଟ ବାପମନ୍ଥୀ। ଉଲ୍ଲେଖନୀୟ ଟିଭିକେ ଗତ ଦିନରେ ଗୋଟିଏ ଆଦେଶ ଜାରି କରି ଛାତ୍ରମାନଙ୍କୁ କକରୋଚ ଜନତା ପାର୍ଟି ପରି କୌଣସି ବି ପ୍ରଦର୍ଶନରେ ସାମିଲ୍ ହେବା ଉପରେ କଟକଣା ଲଗାଇଥିଲା। କିନ୍ତୁ ବିବାଦ ବଢିବା ପରେ ଏହି ସର୍କୁଲାରକୁ ତାମିଲନାଡ଼ୁ ସରକାର ହଟାଇ ଦେଇଥିଲେ।