ନୂଆଦିଲ୍ଲୀ ୧୩।୦୯; ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ ଦେବ, ଏହି ସମୟରେ କେଉଁ କେଉଁ ରାଶି ପାଇଁ ଶୁଭ ରହିବ ସମୟ ଏବଂ କେଉଁ ରାଶି ପାଇଁ ବଢ଼ିବ ସମସ୍ୟା? ଆପଣଙ୍କ ରାଶି ଏହି ତାଲିକାରେ ନାହିଁ ତ? ଆସନ୍ତୁ ଦେଖିବା ଏହି ସ୍ପେଶାଲ୍ ରିପୋର୍ଟ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ଆତ୍ମବିଶ୍ୱାସ, ସମ୍ମାନ, ନେତୃତ୍ୱ ଏବଂ ପ୍ରତିଷ୍ଠାର ଅଧିପତି ବୋଲି କୁହାଯାଏ । ଯେତେବେଳେ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରନ୍ତି, ଏହାର ପ୍ରଭାବ ୧୨ ରାଶିର ଜାତକଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆଣିଥାଏ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୂର୍ଯ୍ୟ ଦେବ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ବିରାଜମାନ କରିବେ ।

କନ୍ୟା ରାଶିର ସ୍ୱାମୀ ହେଉଛନ୍ତି ବୁଧ ଯାହାଙ୍କୁ ବୁଦ୍ଧି, ତର୍କ, ବ୍ୟାପାର ଏବଂ ଗଣନାର ଅଧିପତି ବୋଲି କରାଯାଏ । ସୂର୍ଯ୍ୟ ଏବଂ ବୁଧଙ୍କ ପ୍ରଭାବ ଯୋଗୁଁ ଏହି ସମୟରେ ସଠିକ୍ ଯୋଜନା କରି ଆଗକୁ ବଢ଼ିଲେ ବହୁତ ଶୁଭ ଫଳ ମିଳିଥାଏ । ଖାସ୍ କରି ଏହି ମାସିକ ଗୋଚର ସମୟରେ ୩ଟି ଭାଗ୍ୟଶାଳୀ ରାଶିର ଜାତକଙ୍କ ପାଇଁ କ୍ୟାରିୟର, ଚାକିରି ଏବଂ ଆର୍ଥିକ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତାର ଦ୍ୱାର ଖୋଲିବାକୁ ଯାଉଛି। ତେବେ ଏହି ରାଶିଗୁଡ଼ିକ କ’ଣ କ’ଣ ଆସନ୍ତୁ ଦେଖିବା ।

ମେଷ ରାଶି : ରାଶିଚକ୍ରର ପ୍ରଥମ ରାଶି ଉପରେ ଏହି ସମୟ ଖୁବ୍ ଭଲ ହେବାକୁ ଯାଉଛି । କର୍ମକ୍ଷେତ୍ରରେ ଏହି ସମୟ ଖୁବ୍ ଭଲ ରହିବ । ଚାକିରିରେ ଦାୟିତ୍ୱ ବୃଦ୍ଧି ପାଇବା ସହ ନିଜର ଦକ୍ଷତା ପ୍ରଦର୍ଶନ କରିବାର ବଡ଼ ସୁଯୋଗ ମିଳିବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ଶେଷ ହେବ ଏବଂ ନୂତନ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ମଧ୍ୟ ସଫଳତା ମିଳିପାରେ ।

ଧନୁ ରାଶି : ଧନୁ ରାଶି ଜାତକର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କ୍ୟାରିୟରରେ ବଡ଼ ଧରଣର ଅଗ୍ରଗତି ଓ ପରିବର୍ତ୍ତନର ଯୋଗ ସୃଷ୍ଟି ହେଉଛି । କାର୍ଯ୍ୟାଳୟରେ ଆପଣଙ୍କ ମତାମତ ଓ କାର୍ଯ୍ୟକୁ ବିଶେଷ ଗୁରୁତ୍ୱ ଦିଆଯିବ। ବରିଷ୍ଠ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ନୂଆ ଦାୟିତ୍ୱ ଓ ପଦବୀ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ନିଜର କାରବାର ବିସ୍ତାର କରିବା ସହ ପୁରୁଣା ସମ୍ପର୍କରୁ ବହୁତ ଭଲ ଆର୍ଥିକ ଲାଭ ପାଇବେ।

ମକର ରାଶି : ମକର ରାଶି ଜାତକର ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କଠିନ ପରିଶ୍ରମର ସକାରାତ୍ମକ ଫଳ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି, ଦାୟିତ୍ୱ ବୃଦ୍ଧି ହେବାର ସ୍ପଷ୍ଟ ସଙ୍କେତ ମିଳୁଛି । ବ୍ୟବସାୟୀମାନେ ସେମାନଙ୍କ ପୁରୁଣା ସମ୍ପର୍କରୁ ଆର୍ଥିକ ଫାଇଦା ପାଇବେ। ଆର୍ଥିକ କାରବାର ସମୟରେ ଶୀଘ୍ର ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ । ଆୟ ବୃଦ୍ଧି ସାଙ୍ଗକୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ସନ୍ତୁଳନ ବଜାୟ ରଖନ୍ତୁ । ଧର୍ମପତ୍ନୀଙ୍କ ସହ ଗୃହକାର୍ଯ୍ୟରେ ସାହାଯ୍ୟ କରନ୍ତୁ ସୁଫଳ ମିଳିବ ।