ଭୁବନେଶ୍ଵର: ବିଜେଡି ଓଡ଼ିଶା ସ୍ଵାର୍ଥ ସହିତ ଅଛି। ଓଡ଼ିଶା ସ୍ଵାର୍ଥ ପାଇଁ ଆମେ ଅନେକ ବିଧେୟକରେ ବିଜେପିକୁ ସମର୍ଥନ ଦେଇଛି। ଆମେ ଇଣ୍ଡି ମେଣ୍ଟ ସହିତ ନୁହେଁ ଓଡ଼ିଶା ମେଣ୍ଟ ସହିତ ଅଛୁ। କଂଗ୍ରେସ ସହିତ ମେଣ୍ଟ ହେବ ଆଗାମୀ ସମୟରେ ହେବାର ନାହିଁ। ଦଳ ସମ୍ପର୍କରେ ନିଷ୍ପତ୍ତି ଆମ ଦଳର ନେତା ନେବେ। ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବା ପରେ ଏହା କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ।

ସେ କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁସାରେ ମୁଁ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇଥିଲି। ଆଜି ମଧ୍ୟ ସକାଳ ୧୦ରେ ବୈଠକ ଥିଲା, ସେଥିରେ ମଧ୍ୟ ଯୋଗ ଦେଇଥିଲି। ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ବିଲ୍ ପାରିତ ନ ହେବାରୁ ଓଡ଼ିଶା ବିଜୟୀ ହୋଇଛି, ଓଡ଼ିଶାବାସୀଙ୍କ ବିଜୟ ହୋଇଛି। ନବୀନଙ୍କ ବିଜୟ ହୋଇଛି।

Also Read: ବିଜେପି କହିଲା ବିରୋଧୀଙ୍କ ବିଜୟ ନୁହେଁ ପରାଜୟ, ବିଜେଡିର ଆରୋପ-ଏହା ସୁଚିନ୍ତିତ ଯୋଜନା ଥିଲା

ବିଜେଡି ସବୁ ବେଳେ ମହିଳାଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେଇଛି। ଆମେ ୨୦୨୩ରେ ମହିଳା ସଂରକ୍ଷଣ ବିଧେୟକୁ ସମର୍ଥନ କରିଥିଲୁ। ତାକୁ କାହିଁକି ଏତେ ଦିନ ପର୍ଯ୍ୟନ୍ତ ଲାଗୁ କରାଯାଇ ନଥିଲା। ଆମ ଦଳ ନେତା ନବୀନ ପଟ୍ଟନାୟକ ସବୁ ସାଂସଦ ଙ୍କୁ ଚିଠି ଲେଖି ଥିଲେ। କିନ୍ତୁ ୨୦ ଜଣ ସାଂସଦ ଓଡ଼ିଶା ପାଇଁ ସ୍ଵର ଉଠେଇଲେ ନାହିଁ। ଆମ ନେତା ଯାହା ନିର୍ଦ୍ଦେଶ ଦେବେ ସେ ଅନୁସାରେ ଆମେ କାମ କରିବୁ । ମହିଳାଙ୍କୁ ଢାଲ କରିକି ଯେପରି ବିଲ ପାରିତ କରିବାକୁ ଚେଷ୍ଟା କରା ଯାଇଥିଲା ତାକୁ ନେଇ ଆମେ ଜନତାଙ୍କ ପାଖକୁ ନିଶ୍ଚୟ ଯିବୁ।

ସୂଚନାଯୋଗ୍ୟ, ଦୁଇ ଦିନ କ୍ରମାଗତ ଆଲୋଚନା ଓ ବିତର୍କ ପରେ ଶୁକ୍ରବାର ସନ୍ଧ୍ୟାରେ ଲୋକସଭାରେ ମହିଳା ସଂରକ୍ଷଣ ସଂଶୋଧନ ବିଧେୟକ ଉପରେ ମତଦାନ ହୋଇଥିଲା। ବିଧେୟକ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ପଡ଼ିଥିଲା ୨୩୦ ଭୋଟ୍। ଭୋଟିଂରେ ୫୨୮ ସାଂସଦ ଭାଗ ନେଇଥିଲେ। ତେବେ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ ଗୃହରେ ବିଧେୟକ କାଟ୍ ଖାଇଛି। ବିଧେୟକ ଗୃହୀତ ନ ହେବାରୁ ବିଜେପି ବିରୋଧୀ ଦଳମାନଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛି।

Also Read: ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଆତ୍ମପ୍ରକାଶ କଲା ‘ଓଡ଼ିଶା ନାଗରିକ ମଞ୍ଚ’, ଏକାଠି ହେଲେ ବହୁ ବିଜୁ ଲିଗାସୀ ନେତା