ଜଳେଶ୍ବର ୨୨।୧୦: ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ବିଲ ମଝିରୁ ମିଳିଲା ମୃତଦେହ । ୭ରୁ ୮ ଦିନ ତଳେ ନାବାଳିକାଙ୍କୁ ଅପହରଣ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଗୁରୁବାର ନାବାଳିକାଙ୍କ ମୃତଦେହ ମିଳିଛି । ଅଭିଯୁକ୍ତ ମାନେ ନାବାଳିକାଙ୍କ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ିବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ମୁହଁ ଓ ଶରୀରର କିଛି ଅଂଶ ପୋଡ଼ିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।

ଧାନ ବିଲରୁ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ । ଗଣଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବା ପାଇଁ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ପଶ୍ଚିମବାଡ଼ ପଞ୍ଚାୟତ ଅଞ୍ଚଳର ୧୪ ବର୍ଷର ଝିଅ ସନ୍ଧ୍ୟା ସମୟରେ ପାଖ ପଶ୍ଚିମବାଡ଼ ମାର୍କେଟକୁ ତାଙ୍କ ସାଙ୍ଗ ସହିତ ଚାଟ୍ ଖାଇବାକୁ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ । ତେବେ ପରିବାର ପକ୍ଷରୁ ଝିଅକୁ ଅପହରଣ କରିଥିବା ନେଇ ନାମ୍ପ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଉକ୍ତ ଯୁବକକୁ ପୋଲିସ ନିକଟରେ ଜିମା ମଧ୍ୟ ଦେଇଥିଲେ । ମାତ୍ର ପୋଲିସ ଉକ୍ତ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କିମ୍ବା ଝିଅକୁ ନ ଖୋଜି ଉକ୍ତ ଯୁବକଙ୍କୁ ଛାଡି ଦେଇଥିଲା ।

Also Read:- ପୁରୀରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୋଲିସ ଉପରେ ଆକ୍ରମଣ ଅଭିଯୋଗ

ଗୁରୁବାର ବର୍ତ୍ତନା ପଂଚାୟତ ହେରାପଦା ସ୍ଥିତ ଏକ ଧାନ ବିଲ ଭିତରୁ ନାବାଳିକାଙ୍କ ଗଳିତ ମୃତଦେହ ମିଳିଥିଲା । ନାବାଳିକାଙ୍କ ଚପଲ ଓ ଓଢ଼ଣୀ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ସେଥିରୁ ଜଣାପଡ଼ିଥିଲା ଯେ ନିଖୋଜ ନାବାଳିକାଙ୍କ ଶବ ବୋଲି । ଝିଅକୁ ଗଣଦୁଷ୍କର୍ମ କରାଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଝିଅର ମୁହଁ, ଛାତି, ପେଟରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Watch Video: