ପାଟଣା ୧୮।୦୪ : ଜମିବାଡ଼ି ବିବାଦରୁ ବିଭତ୍ସ ହତ୍ୟାକାଣ୍ଡ। ଖୁଡ଼ିକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁତୁରା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରୁଢିଆପଡ଼ା ଗାଁରେ ଖଡ଼ିବେଡ଼ା ସାହିରେ ଘଟିଛି ଏଭଳି ହତ୍ୟା ଘଟଣା । ପୋଲିସ ଖବର ଛାନଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ବିଦ୍ୟାଧର ମଦ ନିଶାରେ ଘରକୁ ଆସି ଖୁଡ଼ିଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଯେଉଁଥିରେ ପୁତୁରା ରାଗି ଯାଇ ଏକ ଠେଙ୍ଗାରେ ଖୁଡ଼ି କୌଶଲ୍ୟାଙ୍କୁ ନିର୍ଘାତ ପିଟି ଥିଲା । ଯାହାଫଳରେ ଖୁଡ଼ି କୌଶଲ୍ୟା ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର କୌଶଲ୍ୟାଙ୍କୁ ମୃତ ଘୋଷଣା କରିଥିଲେ ।

Also Read:-Virat Kohli : କ’ଣ ଜର୍ମାନୀ ଇନଫ୍ଲୁଏନ୍ସର ଲିଜ୍‌ଲାଜଙ୍କର ଭାଙ୍ଗିଗଲା ହୃଦୟ ? ଟ୍ରୋଲିଂ ପରେ ଫଟୋକୁ ଅନଲାଇକ୍ କଲେ ବିରାଟ

ଅନ୍ୟପଟେ ଘଟଗାଁ ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁତୁରାକୁ ଅଟକ ରଖିଛି ଜେରା ମଧ୍ୟ କରୁଛି ପୋଲିସ । ତେବେ କେଉଁ କାରଣ ଲାଗି ଖୁଡ଼ି ହତ୍ୟା କରିଛି ପୁତୁରା । ତାର କାରଣ ଖୋଜୁଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ହତ୍ୟା ସଂପର୍କରେ ସଠିକ ତଥ୍ୟ ଜଣାପଡିବ ବୋଲି ଜଣାପଡୁଛି ।