ନୂଆଦିଲ୍ଲୀ ୧୮।୦୪; ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଗୋଟିଏ 'ଲାଇକ୍' ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଅବନୀତ କୌରଙ୍କ ସହ ତାଙ୍କର ଆଲୋଚନା ପରେ, ବିରାଟ ଜର୍ମାନ ଇନଫ୍ଲୁଏନ୍ସର ଏବଂ ମଡେଲ ଲିଜଲାଜଙ୍କ ଗ୍ଲାମରସ୍ ଫଟୋକୁ ଲାଇକ୍ କରିଛନ୍ତି। ୟୁଜର୍ସ ଏହା ଦେଖିବା ମାତ୍ରେ ବିରାଟଙ୍କୁ ମିମ୍ ଭାଇରାଲ ହୋଇଥିଲା । ଜନସାଧାରଣଙ୍କ ପ୍ରତିକ୍ରିୟା ଦେଖି, ବିରାଟ ତୁରନ୍ତ ଫଟୋଟିକୁ ଅନ ଲାଇକ୍ କରିଛନ୍ତି।

ମୁହଁ ଖୋଲିଲେ ଲିଜଲାଜ

ଲିଜଲାଜ ଏବେ ଏହି ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସେ ପ୍ରକୃତରେ କ୍ରିକେଟର ବିରାଟଙ୍କ ପାଇଁ ଖରାପ ଅନୁଭବ କରୁଛନ୍ତି। ଏକ ସାକ୍ଷାତକାରରେ, ଲିଜଲାଜ କହିଛନ୍ତି, "ଏହା ସବୁ ପାଗଳାମି ଥିଲା। ସକାଳେ ଉଠିବା ମାତ୍ରେ ମୁଁ ଦେଖିଲି ଯେ ଇଣ୍ଟରନେଟରେ ସବୁଠି ଏହା ହିଁ ଆଲୋଚନା ହେଉଛି। ମୁଁ ଖବରର ଚର୍ଚ୍ଚାରେ ଥିଲି। ମୋତେ ଜଣା ନଥିଲା ଯେ ବିରାଟ ମୋର ଫଟୋକୁ ଲାଇକ କରିଛନ୍ତି । ମୋତେ ନ୍ୟୁଜ୍ ମାଧ୍ୟମରୁ ହିଁ ଜାଣିଲି। ଲୋକମାନେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ମୋ ବିଷୟରେ ଲେଖା ଗୁଡିକୟ ମୋତେ DM କରି ପଠାଇବା ଆରମ୍ଭ କଲେ। ମୁଁ ଲୋକଙ୍କଠାରୁ ଅନେକ ମେସେଜ୍ ପାଇଲି - ସେମାନେ ଅତ୍ୟନ୍ତ ଉତ୍ସାହିତ ଥିଲେ।"

ପୂର୍ବ ସାକ୍ଷାତକାରରେ, ଲିଜଲାଜ୍ ନିଜକୁ ବିରାଟଙ୍କ ପ୍ରଶଂସକ ବୋଲି କହିଥିଲେ। ଯେତେବେଳେ ଦେଖିଲି ଯେ ବିରାଟ ମୋ ଫଟୋକୁ ଲାଇକ କରିଛନ୍ତି, ସେତେବେଳେ ମୁଁ ଖୁସି ହୋଇଗଲି। ପରେ ବିରାଟ ତାଙ୍କ ଫଟୋକୁ ଅନଲାଇକ କରିଥିବା ନେଇ ପ୍ରଶ୍ନରେ ଲିଜଲାଜ୍ କହିଥିଲେ, ନା ମୁଁ ଆଦୌ ଦୁଖି ନୁହେଁ। ମୁଁ ତାଙ୍କ ପାଇଁ ଖରାପ ଅନୁଭବ କରିଥିଲି। ମୁଁ ଜାଣିନାହିଁ ଯେ ଏହା ଏତେ ବଡ଼ ଖବରରେ କିପରି ହେଲା - କିମ୍ବା ଲୋକମାନେ ଏହାକୁ କିପରି ଲକ୍ଷ୍ୟ କଲେ। ବିରାଟଙ୍କ ଠାରୁ 'ଲାଇକ୍' ପାଇବା ପରଠାରୁ, ଲିଜଲାଜ୍ ଭାଇରାଲ୍ ହୋଇଯାଇଛନ୍ତି। ତାଙ୍କୁ ଅନେକ କାମର ଅଫର୍ ମିଳୁଛି । ସେ କହିଥିଲେ, "ମୋର ସଙ୍ଗୀତ ଏବଂ ଭ୍ଲଗିଂ ପ୍ରତି ଆଗ୍ରହ ଅଛି। ଯଦି ଭାରତରେ ସଙ୍ଗୀତରେ ସୁଯୋଗ ମିଳେ ମୁଁ ଶୀଘ୍ର ଫେରି ଆସିବି।