କଟକ ୦୯।୧୧ : କଟକରେ ଭୟାବହ ଅଗ୍ନିକାଣ୍ଡ । କଟକ ଦରଘା ବଜା ରସ୍ଥିତ ରକି ଟେଲର ଗଳିରେ ଆଜି ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଗଳିରେ ଥିବା ଜଣଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା।

ଖବର ଅନୁଯାୟୀ, ସକାଳ ପ୍ରାୟ ୪ଟା ସମୟରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଘରର ଦୁଇଟି ଫ୍ଲୋରରେ ମହିଳା, ପୁରୁଷ ଓ ଶିଶୁଙ୍କୁ ମିଶାଇ ମୋଟ ୮ ଜଣ ରହୁଥିଲେ। ଘରେ କାମ କରୁଥିବା ଜଣେ ମହିଳା ଛାତ ଉପରେ ଥିବା ବେଳେ ଘର ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

Also Read:-ଦୀପାବଳି ଖୁସିରେ ଲାଗିଲା ଗ୍ରହଣ, ବାଣ ଓ ଅଗ୍ନିକାଣ୍ଡରେ ଶତାଧିକ ଆହତ

ତେବେ ଏହି ଅଗ୍ନିକାଣ୍ଡରେ ଜଣେ ୯ ବର୍ଷର ବାଳକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଘରେ ଥିବା ଅନ୍ୟ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଆଁ ଲାଗିବାର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି।