ନାସିକ୍: ପାଣି ଭର୍ତ୍ତି କୂଅରେ ଖସିପଡ଼ିଲା କାର। ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। ମହାରାଷ୍ଟ୍ରର ନାସିକର ଡିଣ୍ଡୋରିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଇନ୍ଦୋର ଗାଁର ସୁନୀଲ ଦାର୍ଗୁଡେଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟ ସାମାଜିକ ସମାବେଶରୁ ଘରକୁ ଫେରୁଥିଲେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଘଟିଲା ଦୁର୍ଘଟଣା, ଏହି ଦୁର୍ଘଟଣାରେ ନଅ ଜଣ ପ୍ରାଣ ହରାଇଛନ୍ତି।

ମୃତକଙ୍କ ମଧ୍ୟରେ ଗୋଟିଏ ଛୋଟ ପିଲା ଏବଂ ଦୁଇ ଜଣ ମହିଳା ଅଛନ୍ତି। ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ବିଳମ୍ବିତ ରାତିରେ କ୍ରେନ୍ ସାହାଯ୍ୟରେ କାରଟିକୁ ବାହାର କରାଯାଇଥିଲା। ବହୁ ଚେଷ୍ଟା ପରେ କ୍ରେନ ସାହାଯ୍ୟରେ କାରଟିକୁ ବାହାର କରାଯାଇଥିଲା। ଉଦ୍ଧାର କରିବା ପାଇଁ NDRF, ସ୍ଥାନୀୟ ପ୍ରଶାସନ ଏବଂ ଲୋକ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ରାତିର ଅନ୍ଧାରରେ ସେମାନଙ୍କୁ କୂଅରୁ ବାହାର କରିବା ଅତ୍ୟନ୍ତ କଷ୍ଟକର ଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

also read- ଆଫଗାନିସ୍ତାନ ଭୂମିକମ୍ପରେ ଥରିଲା ଭାରତ ଓ ପାକିସ୍ତାନ

ଏହି ଘଟଣାରେ କାରରେ ଯାତ୍ରା କରୁଥିବା ୩ ଜଣ ପିଲାଙ୍କର ମଧ୍ୟ ଦୁଃଖଦ ଭାବରେ ମୃତ୍ୟୁ ହୋଇଛି। ଏର୍ଟିଗା କାରଟି ଡିଣ୍ଡୋରିର ଶିବାଜୀ ନଗରରେ ଏକ କୂଅରେ ଖସିପଡ଼ିଥିଲା। ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ବେଳକୁ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ମୃତକଙ୍କ ମଧ୍ୟରୁ ପାଞ୍ଚ ଜଣ ଗୋଟିଏ ପରିବାରର ସଦସ୍ୟ ଥିଲେ।

ମୃତକଙ୍କ ନାମ ରାଖି ସୁନୀଲ ଦରଗୋଡେ, ଶ୍ରଦ୍ଧା ଅନିଲ ଦରଗୋଡେ, ଶ୍ରାବଣୀ ଅନିଲ ଦରଗୋଡେ, ସୁନୀଲ ଦତ୍ତୁ ଦରଗୋଡେ, ଉଷା ଅନିଲ ଦରଗୋଡେ ଏବଂ ଦରଗୋଡେ ପରିବାରର ଅନ୍ୟ ଚାରି ଜଣ ସମ୍ପର୍କୀୟ ବୋଲି ଚିହ୍ନଟ କରାଯାଇଛି। ସେମାନେ ସମସ୍ତେ ଡିଣ୍ଡୋରିର ଇନ୍ଦୋର ଗାଁରେ ରହୁଥିଲେ।