ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ଭାରତରେ ଇନ୍ଧନ ସଂକଟ ଦେଖା ଦେଇଛି। ହୋଟେଲ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ଅଟୋ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରଭାବିତ ହେଲେଣି। କେଉଁଠି ଶ୍ରମିକଙ୍କର ପଳାୟନ ତ ଆଉ କେଉଁଠି କାମ ବନ୍ଦ ରହିଛି। ଏଲ୍‌ପିଜି ସିଲିଣ୍ଡର ଅଭାବ ଯୋଗୁ ଦେଶରେ ୫୭%ରେଷ୍ଟୁରାଣ୍ଟ ଖାଦ୍ୟ ଦାମ ବଢ଼ାଇଛନ୍ତି। ଏହି ସଂକଟ ଭିତରେଏଲ୍ପିଜି ସିଲିଣ୍ଡର ବ୍ୟବହାର ପାଖାପାଖି ୧୮ହ୍ରାସ ପାଇଛି। ହେଲେ ଡିଜେଲ ପେଟ୍ରୋଲ ବିକ୍ରି କିନ୍ତୁ ବଢ଼ିଛି। ଆଉ ଏଭଳି ସ୍ଥିତିରେ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶରେ ରନ୍ଧନ ଗ୍ୟାସର ଅଭାବ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପଢନ୍ତୁ ପୂରା ରିପୋର୍ଟ। 

ଏଲ୍‌ପିଜି ଯୋଗାଣର ଅଭାବ ସହିତ ଗ୍ୟାସର ବ୍ୟବହାର ମଧ୍ୟ କମିଯାଇଛି। ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଦେଶରେ ଏଲ୍‌ପିଜି ବ୍ୟବହାର ୧୭% ହ୍ରାସ ପାଇଛି। ୯୦% ମାର୍କେଟ୍ ଶେୟାର ରଖୁଥିବା ତିନୋଟି ରାଷ୍ଟ୍ରାୟତ୍ତ କମ୍ପାନୀର ତଥ୍ୟ ଅନୁଯାୟୀଗତ ବର୍ଷ ତୁଳନାରେ ଏଲପିଜି ବ୍ୟବହାର ହ୍ରାସ ପାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଏଲପିଜି ବ୍ୟବହାର ୧.୧୪୭ ମିଲିଅନ ଟନ ହୋଇଛିଯାହା ଗତ ବର୍ଷ ସମାନ ଅବଧିରେ ୧.୩୮୭ ନିୟୁତ ଟନ୍ ହୋଇଥିଲା। ଫେବୃଆରୀ ପ୍ରଥମାର୍ଦ୍ଧ ତୁଳନାରେ ମାର୍ଚ୍ଚ ମାସରେ ବ୍ୟବହାର ୨୬.୩% କମ୍ ରହିଛି। ଅନ୍ୟପକ୍ଷରେ,ପେଟ୍ରୋଲ ଏବଂ ଡିଜେଲର ଚାହିଦା ବୃଦ୍ଧି ପାଇଛି। ପେଟ୍ରୋଲ ବିକ୍ରୟ ୧୩.୨% ବୃଦ୍ଧି ପାଇ ୧.୫ ମିଲିଅନ ଟନ୍ ଏବଂ ଡିଜେଲ ବିକ୍ରୟ ୮.୨% ବୃଦ୍ଧି ପାଇ ୩.୩୮୪ ମିଲିଅନ ଟନ୍ ହୋଇଛି।

ସେପଟେ ଏଲ୍‌ପିଜି ସଂକଟ ଯୋଗୁ ଦେଶରେ ହୋଟେଲ ଶିଳ୍ପ ଠାରୁ ଆରମ୍ଭ କରି, ଅଟୋ ଇଣ୍ଡଷ୍ଟ୍ରୀ, କ୍ୱିକ୍ କମର୍ସ ଇଣ୍ଡଷ୍ଟ୍ରି, MSME ସେକ୍ଟର ଓ ଛୋଟମୋଟ ମେନୁଫେକ୍ଚରିଂ ୟୁନିଟ୍ ପ୍ରଭାବିତ ହୋଇଛି। ରନ୍ଧନ ଗ୍ୟାସର ଅଭାବ, ଓ କମ୍ପାନୀ କ୍ୟାଣ୍ଟିନ ବନ୍ଦ ହେବା ଯୋଗୁ ଶ୍ରମିକମାନେ କାମ ଛାଡ଼ି ଗାଁକୁ ପଳାୟନ କରୁଛନ୍ତି। ଏଥିପାଇଁ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ଶ୍ରମିକ ଅଭାବ ପରଲିଖିତ ହେଲାଣି। ସେପଟେ ଯେଉଁସବୁ ଦୋକାନ ଖୋଲା ରହିଛି,ସେମାନେ ଅତ୍ୟଧିକ ଦାମ ବଢ଼ାଇ ଦେଇଛନ୍ତି।

LocalCircles ସର୍ଭେ ଅନୁଯାୟୀ,ବାଣିଜ୍ୟିକ ଗ୍ୟାସର ଅଭାବ ଯୋଗୁ ସାରା ଦେଶରେ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଇଛି। ବର୍ଦ୍ଧିତ ମୂଲ୍ୟ ଯୋଗୁଗୋଟିଏ ସପ୍ତାହ ମଧ୍ୟରେ ୫୭ରେଷ୍ଟୁରାଣ୍ଟ ଏବଂ ୫୪ଉଠାଦୋକାନୀ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛନ୍ତି। କମର୍ସିଆଲ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ବ୍ଲାକ୍ ମାର୍କେଟ୍‌ରୁ ଗ୍ୟାସ୍ କେଜି ୪୦୦ ଟଙ୍କା ଦେଇ କିଣୁଥିବା ସର୍ଭେରେ ଦାବି କରାଯାଇଛି।

Also read- Russian oil price: ଭାରତ ପାଇଁ ମହଙ୍ଗା ହେଲା ଋଷ ତେଲ: ୟୁରାଲ୍ସ କ୍ରୁଡ ଡିମାଣ୍ଡ ବଢ଼ିବା ମୂଖ୍ୟ କାରଣ

ଯୁଦ୍ଧ ଯୋଗୁ ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ ରହିବାରୁ ବର୍ତ୍ତମାନ ପଶ୍ଚିମ ଉପସାଗରରେ ୬୧୧ଜଣ ନାବିକଙ୍କ ସହିତ ୨୨ଟି ଭାରତୀୟ ପତାକା ଥିବା ଜାହାଜ ଅଟକି ରହିଛି।ଯେଉଁଥିରେ ୬ଟି ଏଲପିଜି ଓ ଗୋଟିଏ ଏଲଏନଜି ଟ୍ୟାଙ୍କର୍ ଏବଂ ଚାରୋଟି ଅଶୋଧିତ ତୈଳ ଟ୍ୟାଙ୍କର୍ ରହିଛିଏହି ୬ଟି ଏଲ୍‌ପିଜି ଟ୍ୟାଙ୍କରରେ ୩ ଲକ୍ଷ ଟନ ଏଲପିଜି ଫସି ରହିଛି। ତେବେ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର ନନ୍ଦାଦେବୀ ଜାହାଜ ହରମୁଜ ଦେଇ ୪୬,୫୦୦ ମେଟ୍ରିକ ଟନ୍ ଏଲ୍‌ପିଜି ଆଣିଥିଲା। ତା' ପୂର୍ବରୁ ଜାହାଜ ଶିବାଲିକ ମଧ୍ୟ ୪୬ ହଜାର ମ୍ୟାଟ୍ରିକ ଟନ୍ ଏଲ୍‌ପିଜି ଆଣି ଗୁଜୁରାଟରେ ପହଞ୍ଚିଥିଲା। ସେହିପରି ବୁଧବାର ଜଗ ଲାଡକୀ ନାମକ ଏକ ଜାହାଜ ୮୦,୮୮୬ ଟନ ଅଶୋଧିତ ତୈଳ ନେଇ ମୁନ୍ଦ୍ରାରେ ପହଞ୍ଚିଛି।

Also read -LPG, PNG ଏବଂ CNG ପରସ୍ପର ଠାରୁ କିପରି ଭିନ୍ନ ? ଜାଣନ୍ତୁ କ’ଣ ରହିଛି ଏହି ତିନି ଗ୍ୟାସ ମଧ୍ୟରେ ପାର୍ଥକ୍ୟ

ସେପଟେ ବର୍ତ୍ତମାନର ସ୍ଥିତିର ଫାଇଦା ଉଠାଇବାକୁ କିଛି ଅସାଧୁ ବ୍ୟକ୍ତି ଅସାଧୁ ଉପାୟରେ ଗ୍ୟାସ ଷ୍ଟକ୍ ରଖିବା ଓ କଳାବଜାରି କରୁଛନ୍ତି। ଏହାକୁ ରୋକିବାକୁ ଜୋରଦାର ଚଢ଼ାଉ ଜାରି ରହିଛି। ଏପର୍ଯ୍ୟନ୍ତ ଦେଶରେ ୧୨,୦୦୦ ରୁ ଅଧିକ ଚଢାଉ କରାଯାଇଥିବା ବେଳେ ୧୫,୦୦୦ ରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି।

ଅନ୍ୟପଟେ ସୋସିଆଲ୍ ମିଡିଆରେ ଇ-କେୱାସି ନେଇ ପ୍ରଚାର ହୋଇଥିବା ଗୁଜବ ଉପରେ ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଯେଉଁମାନେ ପୂର୍ବରୁ ଇ-କେୱାସି କରିଛନ୍ତି ସେମାନଙ୍କୁ କରିବା ଦରକାର ନାହିଁ, ହେଲେ ଯେଉଁମାନେ କରି ନାହାନ୍ତି ସେମାନେ ହିଁ ଏହା କରିବେ ବୋଲି ସରକାର କହିଛନ୍ତି। ତେବେ ଇ-କେୱାଇସି ସହିତ ଏଲ୍‌ପିଜି ଯୋଗାଣର କୌଣସି ସମ୍ପର୍କ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି।

ଏହାରି ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି। ଦେଶରେ ଆଗକୁ ଏଲ୍‌ପିଜି ସମସ୍ୟା ହେବ ନାହିଁ। କାରଣ ଆମେ ଅସ୍ଥିର ସମୟରେ ମଧ୍ୟ ଏଲପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ କରୁଛୁ। ଘରୋଇ ଏଲପିଜି ଉତ୍ପାଦନ ଅତି କମରେ ୨୫ ପ୍ରତିଶତ ବୃଦ୍ଧି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।