ନୂଆଦିଲ୍ଲୀପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହେବାରୁ ଭାରତରେ ଏଲ୍‌ପିଜି ରନ୍ଧନ ଗ୍ୟାସ୍ ଖର୍ଚ୍ଚ ହ୍ରାସ ପାଇଛି। ପ୍ରାଥମିକ ଇଣ୍ଡଷ୍ଟ୍ରୀ ଡାଟାରୁ ମିଳିଥିବା ସୂଚନା ଅନୁସାରେ, ରନ୍ଧନ ଗ୍ୟାସ ଏଲପିଜିର ବ୍ୟବହାର ୧୭.୭ ପ୍ରତିଶତ କମିଯାଇଛି ମାର୍ଚ୍ଚ ମାସର ପ୍ରଥମ ଦୁଇ ସପ୍ତାହରେ ଏଲପିଜି ବ୍ୟବହାର ହ୍ରାସ ପାଇ ୧.୧୪୭ ମିଲିଅନ ଟନ୍ ହୋଇଛିଯାହା ଗତ ବର୍ଷ ସମାନ ସମୟରେ ୧.୩୮୭ ମିଲିଅନ ଟନ୍ ଖର୍ଚ୍ଚ ତୁଳନାରେ ୧୭.୩ ପ୍ରତିଶତ କମ। ସେହିପରି ଫେବୃଆରୀ ପ୍ରଥମାର୍ଦ୍ଧରେ ଖର୍ଚ୍ଚ ହୋଇଥିବା ୧.୫୫୭ ମିଲିଅନ ଟନ୍ ଚାହିଦା ତୁଳନାରେ ଏହା ୨୬.୩ ପ୍ରତିଶତ କମ୍ ହୋଇଯାଇଛି।

ପଢ଼ନ୍ତୁ- LPG, PNG ଏବଂ CNG ପରସ୍ପର ଠାରୁ କିପରି ଭିନ୍ନ ? ଜାଣନ୍ତୁ କ’ଣ ରହିଛି ଏହି ତିନି ଗ୍ୟାସ ମଧ୍ୟରେ ପାର୍ଥକ୍ୟ​​​​​​​

ଭାରତ ଏହାର ପ୍ରାୟ ୬୦ ପ୍ରତିଶତ LPG ର ଆବଶ୍ୟକତା ଆମଦାନୀ କରି ପୂରଣ କରିଥାଏ। ସଂଯୁକ୍ତ ଆରବ ଏମିରେଟ୍ସ, ସାଉଦି ଆରବ ଓ କତାରରୁ ଭାରତ ଏଲ୍ପିଜି ଆମଦାନୀ କରିଥାଏ। ଆଉ ଅଧିକାଂଶ ହରମୁଜ୍ ଜଳପଥ ଦେଇ ଆସିଥାଏ।ହେଲେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଏବଂ ତେହେରାନର ଜବାବୀ ହମଲା ପରେ ଏହି ଜଳପଥ ଏବେ ବନ୍ଦ ହୋଇଯାଇଛି। ଯାହାଦ୍ୱାରା ଭାରତରେ ଇନ୍ଧନ ସଂକଟ ବଢ଼ିଯାଇଛି। ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ଯୋଗାଣ ବାଧାପ୍ରାପ୍ତ ହେବା ପରେ,ଘରୋଇ ରନ୍ଧନ ଗ୍ୟାସ ଉପଲବ୍ଧତାକୁ ସୁରକ୍ଷିତ ରଖିବା ପାଇଁ ସରକାର ହୋଟେଲ ଏବଂ ଶିଳ୍ପ ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଏଲପିଜି ଯୋଗାଣ ହ୍ରାସ କରିଛନ୍ତି।

ବଜାରର ପ୍ରାୟ ୯୦ ପ୍ରତିଶତ ନିୟନ୍ତ୍ରଣ କରୁଥିବା ତିନୋଟି ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ଠାରୁ ମିଳିଥିବା ପ୍ରାରମ୍ଭିକ ବିକ୍ରି ତଥ୍ୟ ଅନୁଯାୟୀ ୧ ମାର୍ଚ୍ଚରୁ ୧୫ ମାର୍ଚ୍ଚ ମଧ୍ୟରେ ଏଲପିଜି ବ୍ୟବହାର ୨୦୨୪ର ସମାନ ଅବଧିର ଚାହିଦା ତୁଳନାରେ ୧୬ ପ୍ରତିଶତ କମ ରହିଛି। ସେହିପରି ୧-୧୫ ମାର୍ଚ୍ଚ ୨୦୨୩ ତୁଳନାରେ ୧୦.୬ ପ୍ରତିଶତ କମ ରହିଛି। କାଠ ଏବଂ ଅନ୍ୟାନ୍ୟ ପ୍ରଦୂଷଣକାରୀ ଇନ୍ଧନର ବ୍ୟବହାର କମ କରିବା ପାଇଁ ସରକାରଙ୍କ ଉଦ୍ୟମ ଫଳରେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏଲପିଜି ବ୍ୟବହାର ବାର୍ଷିକ ୩-୪ ପ୍ରତିଶତ ହିସାବରେ ସ୍ଥିର ଭାବରେ ବୃଦ୍ଧି ପାଇଛି।

ରନ୍ଧନ ଗ୍ୟାସ ନୁହେଁ ବିମାନ ଇନ୍ଧନ ବି କମିଛି

କେବଳ ରୋଷେଇ ଗ୍ୟାସ ନୁହେଁ, ଯୁଦ୍ଧ ଯୋଗୁ ଅନେକ ଉପସାଗରୀୟ ଦେଶରେ ଆକାଶପଥ ବନ୍ଦ ହେବା ଓ ବିମାନ ଚଳାଚଳ ବାତିଲ ହେବା ଯୋଗୁ ବିମାନ ଇନ୍ଧନ ଖର୍ଚ୍ଚ ମଧ୍ୟ କମିଛି। ଗତ ବର୍ଷର ସମାନ ସମୟ ତୁଳନାରେ ମାର୍ଚ୍ଚ ମାସର ପ୍ରଥମ ଦୁଇ ସପ୍ତାହରେ ଜେଟ୍ ଇନ୍ଧନ କିମ୍ବା ATF ବ୍ୟବହାର ୪ ପ୍ରତିଶତ ହ୍ରାସ ପାଇ ୩୨୭,୯୦୦ ଟନ୍ ହୋଇଛି। ମାସକୁ ମାସ ଆଧାରରେ ଦେଖିଲେ ଏହା ୧୨. ପ୍ରତିଶତ ହ୍ରାସ ପାଇଛି।

ଯୁଦ୍ଧ ପ୍ରଭାବିତ ଦୁଇଟି ଇନ୍ଧନ ବ୍ୟତୀତ, ପେଟ୍ରୋଲ ଏବଂ ଡିଜେଲ ବିକ୍ରୟର ଚାହିଦାରେ ବୃଦ୍ଧି ଘଟିଛି। ପେଟ୍ରୋଲ ବିକ୍ରି ୧୩.୨ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୫ ଲକ୍ଷ ଟନ୍ ହୋଇଥିବା ବେଳେ ଡିଜେଲ ବ୍ୟବହାର ୮.୨ ପ୍ରତିଶତ ବୃଦ୍ଧି ପାଇ ୩.୩୮୪ ଲକ୍ଷ ଟନ୍ ହୋଇଛି। 
କେବଳ ରୋଷେଇ ଗ୍ୟାସ ନୁହେଁ, ଯୁଦ୍ଧ ଯୋଗୁ ଅନେକ ଉପସାଗରୀୟ ଦେଶରେ ଆକାଶପଥ ବନ୍ଦ ହେବା ଓ ବିମାନ ଚଳାଚଳ ବାତିଲ ହେବା ଯୋଗୁ ବିମାନ ଇନ୍ଧନ ଖର୍ଚ୍ଚ ମଧ୍ୟ କମିଛି। ଗତ ବର୍ଷର ସମାନ ସମୟ ତୁଳନାରେ ମାର୍ଚ୍ଚ ମାସର ପ୍ରଥମ ଦୁଇ ସପ୍ତାହରେ ଜେଟ୍ ଇନ୍ଧନ କିମ୍ବା
ATF ବ୍ୟବହାର ୪ ପ୍ରତିଶତ ହ୍ରାସ ପାଇ ୩୨୭,୯୦୦ ଟନ୍ ହୋଇଛି। ମାସକୁ ମାସ ଆଧାରରେ ଦେଖିଲେ ଏହା ୧୨. ପ୍ରତିଶତ ହ୍ରାସ ପାଇଛି।

ପେଟ୍ରୋଲ ଓ ଡିଜେଲ ବିକ୍ରିରେ ବୃଦ୍ଧି

​​​​​​​ଯୁଦ୍ଧ ପ୍ରଭାବିତ ଦୁଇଟି ଇନ୍ଧନ ବ୍ୟତୀତ
, ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଚାହିଦାରେ ବଡ଼ ବୃଦ୍ଧି ଘଟିଛି। ପେଟ୍ରୋଲ ବିକ୍ରି ୧୩.୨ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୫ ଲକ୍ଷ ଟନ୍ ହୋଇଥିବା ବେଳେ ଡିଜେଲ ବ୍ୟବହାର ୮.୨ ପ୍ରତିଶତ ବୃଦ୍ଧି ପାଇ ୩.୩୮୪ ଲକ୍ଷ ଟନ୍ ହୋଇଛି। ମାସକୁ ମାସ ଆଧାରରେ ପେଟ୍ରୋଲ ଖର୍ଚ୍ଚ ୧୧.୨ ପ୍ରତିଶତ ଏବଂ ଡିଜେଲ ବିକ୍ରି ୭.୭ ପ୍ରତିଶତ ବୃଦ୍ଧି ପାଇଛି।


 

 

​​​​​​​