ପୁରୁଷୋତ୍ତମପୁର ୨୪।୯: ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ପୁଣି ଖସିଲା ପଥର । ଦ୍ବିତୀୟ ଥର ପାଇଁ ପାହାଡ଼ରୁ ଖସିଲା ପଥର । ପାହାଡ଼ରୁ ପଥର ଖସିବା ଯୋଗୁଁ ରାସ୍ତା ଅବରୋଧ । ପଥରକୁ ରାସ୍ତା ଉପରୁ ସଫାକଲା ପ୍ରଶାସନ ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ଦ୍ବିତୀୟ ଥର ଖସିଲା ପଥର । ପୂର୍ବରୁ ମଧ୍ୟ ପଥର ମାଟି ଖସିଥିଲା ବେଳେ ରାସ୍ତାରେ ଯିବା ଆସିବା ବାଧାପ୍ରାପ୍ତ ହୋଇଥିଲା । ତେବେ ପ୍ରଶାସନ ଦ୍ୱାରା ତାହାକୁ ବାହାର କରାଯାଇ ସଫା କରାଯାଇଥିଲା । ତେବେ ଗତ ରାତିରେ ପୁଣି ପାହାଡ଼ରୁ ମାଟି ସହ ପଥର ଧସିଥିଲା ।

Also Read:- ପାରିବାରିକ କଳହରୁ ଚରମ ପଦକ୍ଷେପ, ଝିଅକୁ ଧରି ଦୟାନଦୀକୁ ଡେଇଁବାକୁ ଉଦ୍ୟମ କଲେ ମହିଳା

ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସିଥିବା ଜଣାପଡ଼ିଛି । ବର୍ଷା ଲାଗି ରହିଥିବା ବେଳେ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ହଠାତ ଦ୍ବିତୀୟ ଥର ବଡ଼ ପଥର ଓ ମାଟି ଖସିଥିଲା । ପାହାଡ଼ରୁ ଖସିଥିବା ପଥର ଓ ମାଟି ରାସ୍ତା ନିକଟରେ ଜମା ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ତଥା ତାରାତାରିଣୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବେହେରା, ପୁରୁଷୋତ୍ତମପୁର ଆଇଆଇସି କୂଳମଣି ସେଠୀ, ପୂର୍ତ୍ତ ବିଭାଗ ଏସଡ଼ିଓ ସୁରେଶ କୁମାର ମିଶ୍ର, ଯେଇ ସୋନିଆ ପ୍ରଧାନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାହାଡ଼ରୁ ଖସିଥିବା ପଥର ଓ ମାଟିକୁ ଶୀଘ୍ର ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ଜାରି ରହିଥିବାରୁ ପାହାଡ଼ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ଜେସିବି ଦ୍ୱାରା ପଥର ଓ ମାଟି ହଟାଇ ରାସ୍ତା ସଫା କରାଯାଇଛି ।

Watch Video: