ବାଲିପାଟଣା ୨୪।୯: ଦୟା ସେତୁ ଉପରେ ଅଘଟଣ । ଝିଅକୁ ଧରି ଦୟା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ହେଲେ ଠିକ୍ ସମୟରେ କିଛି ଯୁବକ ତାଙ୍କୁ କାବୁ କରିନେଲେ । ଫଳରେ ଅଳ୍ପକେ ବର୍ତ୍ତିଗଲା ମା’-ଝିଅଙ୍କ ଜୀବନ । ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଯାଜପୁର ଅଞ୍ଚଳର ଦମ୍ପତି ଧଉଳି ଥାନା ଅଞ୍ଚଳରେ ଭଡ଼ାରେ ରହୁଥିଲେ । କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ମହିଳା ଜଣକ ନିଜ ଛୋଟ ଝିଅକୁ ସାଙ୍ଗରେ ଧରି ଦୟା ସେତୁ ଉପରକୁ ଆସିଥିଲେ । ସେଠାରୁ ମହିଳା ଜଣଙ୍କ ଦୟା ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ଥିବା କିଛି ଯୁବକ ତୁରନ୍ତ ତାଙ୍କୁ କାବୁ କରିନେଇଥିଲେ । ଫଳରେ ଦୁଇଟି ଜୀବନ ବଞ୍ଚିଯାଇଥିବା କୁହାଯାଉଛି ।

Also Read:- ୧୯ ବର୍ଷ ତଳେ କରିଥିଲେ ବିବାହ, ତଥାପି ପର ନାରୀ ସହ ସଂପର୍କ, ବିରୋଧ କରିବାରୁ…

ଏ ନେଇ ଯୁବକମାନେ ଧଉଳି ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଥିଲା । ଅନ୍ୟପଟେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଘଟଣା ପଛର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Watch Video: