ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସେନନ୍। ନିଜର ଦମଦାର ଅଭିନୟ ଓ ପରିଶ୍ରମ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜୁଲାଇ ୨୭ରେ କ୍ରିତି ୩୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ତାଙ୍କ ସମ୍ପତ୍ତି ଓ ବିଳାଶପୂର୍ଣ୍ଣ ଜୀବନଶୈଳୀକୁ ନେଇ ଚର୍ଚ୍ଚା ବଢ଼ିଛି।

୨୭ ଜୁଲାଇ, ୧୯୯୦ରେ କ୍ରିତିଙ୍କ ଜନ୍ମ। ତାଙ୍କ ବାପା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ମାଆ ଜଣେ ପ୍ରଫେସର। ସେ ସବୁବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ସ୍ୱପ୍ନ ଦେଖୁଥିଲେ। ସେ ୨୦୧୪ରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ସହ ତେଲୁଗୁ ସିନେମା 'ନେନୋକାଦିନେ' ସହିତ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ବଲିଉଡ୍ ରେ ପ୍ରବେଶ କରିଥିଲେ। ଟାଇଗର ଶ୍ରଫଙ୍କ ସହ 'ହିରୋପନ୍ଥୀ' ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହା ଉଭୟଙ୍କର ଥିଲା ଡେବ୍ୟୁ ଫିଲ୍ମ। କ୍ରିତିଙ୍କ ଅଭିନୟକୁ ଫ୍ୟାନ୍ସ ଖୁବ୍ ପ୍ରଶଂସା କରିଥିଲେ। ତାପରଠୁ ଆଉ ପଛକୁ ଚାହିଁ ନାହାନ୍ତି କ୍ରିତି। ନେମ୍, ଫେମ୍, ସମ୍ପତ୍ତି ସବୁଥିରେ ବହୁ ଆଗରେ। କ୍ରିତି ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ରିପୋର୍ଟ ଅନୁସାରେ, କ୍ରିତିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ 150 କୋଟି ହେବ ବୋଲି ଅନୁମାନ କରାଯାଉଛି। ଫିଲ୍ମ ବ୍ୟତୀତ ବିଭିନ୍ନ ବ୍ରାଣ୍ଡର ପ୍ରଚାର ଓ ନିଜ ବ୍ୟବସାୟରୁ ମଧ୍ୟ ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଫିଲ୍ମ ପାଇଁ କୃତି ୪ରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଉଥିବା କୁହାଯାଏ। ସେହିପରି ସୋସିଆଲ ମିଡିଆରେ ବ୍ରାଣ୍ଡ ପ୍ରମୋସନ୍ ମାଧ୍ୟମରେ ମଧ୍ୟ ସେ ବଡ଼ ଅଙ୍କର ଆୟ କରନ୍ତି।

କ୍ରିତିଙ୍କ ପାଖରେ ଅନେକ ଦାମୀ ସମ୍ପତ୍ତି ରହିଛି। ମୁମ୍ବାଇର ବାନ୍ଦ୍ରା ୱେଷ୍ଟ ପାଲି ହିଲ୍ ଅଞ୍ଚଳର 'ସୁପ୍ରିମ୍ ପ୍ରାଣା' ଟାୱାରରେ ତାଙ୍କର ପ୍ରାୟ ୮୪.୧୬ କୋଟି ଟଙ୍କା ମୂଲ୍ୟର ସି-ଫେସିଂ ଡୁପ୍ଲେକ୍ସ ପେଣ୍ଟହାଉସ୍ ଥିବା ରିପୋର୍ଟରେ ଦାବି କରାଯାଇଛି। ଏହାଛଡ଼ା ଅଲିବାଗରେ ୨,୦୦୦ ବର୍ଗଫୁଟର ଏକ ପ୍ଲଟ୍, ଅନ୍ଧେରୀରେ ଏକ ଆପାର୍ଟମେଣ୍ଟ ଏବଂ ଦିଲ୍ଲୀରେ ମଧ୍ୟ ନିଜ ରହିଛି।

ଲଗଜୁରି କାର୍ ପ୍ରତି ମଧ୍ୟ କ୍ରିତିଙ୍କ ବେଶ ରୁଚି ରହିଛି। କାର୍ କଲେକ୍ସନ କଥା କହିଲେ, ତାଙ୍କ ପାଖରେ ପ୍ରାୟ ୨.୪୩ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ୍-ମାୟବାକ୍ GLS 600, ପ୍ରାୟ ୧.୨୨ କୋଟି ଟଙ୍କାର ଟୟୋଟା ଭେଲଫାୟର ସହ ଅଡି Q7 ଓ ବିଏମଡବ୍ଲୁ 3 ସିରିଜ୍ ପରି ଦାମୀ କାର୍ ରହିଛି।

 Also Read-Trisha krishnans: ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ' ଦେଖି ଭାବପ୍ରବଣ ହେଲେ ତ୍ରିଶା, କହିଲେ-ମୁଁ ବହୁର ମିସ୍‌ କରିବି...

୨୦୧୪ ମସିହାରେ ଫିଲ୍ମ'ହିରୋପନ୍ଥୀ' ପରେସେ 'ରଙ୍ଗୁନ', 'ଦିଲୱାଲେ', 'ରାବତା', 'ବରେଲି କି ବର୍ଫି' 'ଆଦିପୁରୁଷ', 'ଭେଡିଆ', 'ହମ୍ ଦୋ ହାମାରେ ଦୋ', 'ଶେହଜଦା' ଏବଂ 'ତେରେ ଇଶ୍କ ମୈ' ଏବଂ 'ଲୁକା ଛୁପି' ଭଳି ଫିଲ୍ମରେ କାମ କରିଥିଲେ। କିନ୍ତୁ ତାଙ୍କୁ 2021ର ଫିଲ୍ମ 'ମିମି' ଜରିଆରେ ପ୍ରକୃତ ପରିଚୟ ମିଳିଥିଲା। ଏହି ଫିଲ୍ମରେ, କ୍ରିତି ଜଣେ ସରୋଗେଟ୍ ମାଆ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା।