ଭୁବନେଶ୍ୱର ୨୫।୧୦ : କୋଟିଆ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ପିପିସି ସଭାପତି ଭକ୍ତ ଦାସ କଡ଼ା ଭାଷାରେ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେଡି ପ୍ରେସମିଟ ଜରିଆରେ ରଖିଛି ତଥ୍ୟ । ଉଭୟ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଘେରିଛନ୍ତି ।

ପିସିସି ସଭାପତି କହିଛନ୍ତି ଯେ, କୋଟିଆରେ ଲୋକଙ୍କୁ ଅବହେଳା କରାଯାଇଛି। ଯେହେତୁ ସୀମା, ଆନ୍ଧ୍ରର ବିକାଶ କାମ କୋଟିଆରେ ଚାଲିଛି। ଓଡ଼ିଆ ସ୍କୁଲ କମ ଅଛି, ହିତାଧିକାରୀ ଓ ସୁବିଧା କମ ଦେଇଛି ଓଡ଼ିଶା। କୋଟିଆକୁ ଓଡ଼ିଶାରେ ରଖିବାକୁ ହେଲେ କୋଟିଆ ସ୍ୱତନ୍ତ୍ର ପ୍ରକଳ୍ପ ହେବା ଦରକାର। ଶିକ୍ଷା, ନିଯୁକ୍ତି, ଚାଷ, ଜଙ୍ଗଲ ଜମି ଅଧିକାର ଦେବାକୁ ପଡ଼ିବ। ସ୍ୱତନ୍ତ୍ର ବଜେଟ ହେବା କଥା। ଅଧିକ ଚାଉଳ ଦେବା କଥା। କୋଟିଆକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦରକାର। କାହିଁକି ଏହି ବିଚାର ହେଉନି, ତାହା ଆଶ୍ଚର୍ଯ୍ୟଜନକ । ସୀମାନ୍ତ ରାଜ୍ୟର ପ୍ରଭାବ ପଡ଼ିବ। କୋଟିଆରେ ନ୍ୟାୟ ପାଇଁ ବହୁତ ବାଟ ଅଛି। ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସୀମା ସଶକ୍ତ ହେବା ଦରକାର। ସର୍ବଦଳୀୟ ବୈଠକ ଡକାଯାଉ। ସରକାର ବହୁତ ଦିନରୁ ଏହା କରିବାର ଥିଲା। ଅକ୍ଟୋବର ୨୭ରେ କଂଗ୍ରେସ ଟିମ କୋଟିଆ ଯିବ। ଓଡ଼ିଆ ଅସ୍ମିତା କହି ଦେଲେ ହେବନି। ଏହାର ସୁରକ୍ଷା ପାଇଁ କାମ କରିବା ଦରକାର । ରାଜସ୍ୱ ମନ୍ତ୍ରୀଙ୍କ ହାତରେ କିଛି ନାହିଁ।

Also Read:-ବାଇକକୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌, ଚାଲିଗଲା ଜଣଙ୍କ ଜୀବନ

ସେହିପରି ପ୍ରେସମିଟ୍ କରି ବିଜେଡି କହିଛି ଯେ, କୋଟିଆ ଆଜି ଅସହାୟ।ନିର୍ବାଚନ ପୂର୍ବରୁ ଓ ପରେ ମାଳ ମାଳ ପ୍ରତିଶୃତି ଦିଆଯାଇଥିଲା। ଦକ୍ଷିଣ ଓଡିଶା ବିକାଶ ପରିଷଦ ମାଧ୍ୟମରେ କୋଟିଆର ସ୍ଥାୟୀ ସମାଧାନ ହେବ କହିଥିଲେ। ଗଣ୍ଡା ଗଣ୍ଡା ମନ୍ତ୍ରୀ କୋଟିଆ ଗସ୍ତରେ ଯାଇଛନ୍ତି ହେଲେ ଫଳ ଶୂନ। କୋଟିଆ ବିକାଶର ମଡେଲ। କୋଟିଆ ପାଇଁ ବିଜୁଳିରୁ ପିଇବା ପାଣି ପର୍ଯ୍ୟନ୍ତ ଯାହା ହୋଇଛି , ବିଜେଡି ସରକାର ବେଳେ ହୋଇଛି। ଅଢେଇ ବର୍ଷରେ ନୂଆ ସରକାର ଚୂନ ମଧ୍ୟ ମାରି ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ଏତେ ବଡ଼ ସମସ୍ୟା ବେଳେ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇ କେମିତି ବମ୍ବେ ଚାଲିଗଲେ। ସରକାରଙ୍କ ନିଦ ଭାଙ୍ଗୁ। ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ। YSR କଂଗ୍ରେସର 150 କର୍ମୀ କୋଟିଆରେ ପ୍ରଚାରରେ ମାତିଛନ୍ତି। ୩ ତାରିଖ ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।