ମୁମ୍ଵାଇ ୨୬।୦୭; ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ। ଅଭିନେତାରୁ ରାଜନେତା ହୋଇଛନ୍ତି। ଏବେ ତାଙ୍କର ଶେଷ ଚଳଚ୍ଚିତ୍ର 'ଜନ ନାୟକନ' ଜୁଲାଇ ୨୩ ସାରା ବିଶ୍ୱରେ ମୁକ୍ତିଲାଭ କରିଛି। ଏହି ଅବସରରେ ତାଙ୍କ ରୁର୍ମଡ ପ୍ରେମିକା ତ୍ରିଶା କୃଷ୍ଣନ୍ 'ପ୍ରଥମ ଦିନ, ପ୍ରଥମ ଶୋ' ଦେଖିବାକୁ ପହଞ୍ଚିଥିଲେ। ଥିଏଟର ବାହାରେ ତ୍ରିଶାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ତାଙ୍କୁ ଘେରି ଯାଇଥିଲେ। ହେଲେ ଏହା ବିଷୟରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ହେଲେ ଅନ୍ୟପଟେ ତାଙ୍କ ମାଆ ଭାବପ୍ରବଣ ହୋଇଯାଇଥିଲେ ଏବଂ କହିଥିଲେ ଯେ ସେ ବିଜୟଙ୍କୁ ବଡ଼ ପରଦାରେ ଦେଖିପାରିବେନି ।

ଫିଲ୍ମ ଦେଖିବା ପରେ ତ୍ରିଶା ସୋସିଆଲ ମିଡିଆରେ ଏକ ହସଖୁସି ଫଟୋ ସେୟାର କରିଥିଲେ। ସେହି ପୋଷ୍ଟରେ “One last time, one last dance” ବୋଲି ଉଲ୍ଲେଖ ଥିବାରୁ ଏହା ଦ୍ରୁତ ଭାବେ ଭାଇରାଲ ହୋଇଥିଲା । ଏହି ପୋଷ୍ଟକୁ ବିଜୟଙ୍କ ସିନେମା ଜୀବନ ପ୍ରତି ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଶଂସକମାନେ ବ୍ୟାଖ୍ୟା କରୁଛନ୍ତି । ସିନେମା ହଲ୍‌ରୁ ବାହାରିବା ବେଳେ ତ୍ରିଶାଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ଭିଡ଼ ଜମାଇଥିଲେ । ପରିସ୍ଥିତିକୁ ଦେଖି ସୁରକ୍ଷାକର୍ମୀମାନେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେଠାରୁ ବାହାର କରିଥିଲେ ।

ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଜନ ନାୟଗନ' ବିଜୟଙ୍କ ଅଭିନୟ ଜୀବନର ଶେଷ ଚଳଚ୍ଚିତ୍ର ବୋଲି କୁହାଯାଉଥିବାରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଛି । ମୁକ୍ତିର ପ୍ରଥମ ଦିନରେ ଫିଲ୍ମଟି ଜୋରଦାର ଆରମ୍ଭ କରିଥିବା ବେଳେ ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି ।