କୋରାପୁଟ : ଘରୋଇ କଳହରୁ ଘଟିଛି ଏକ ହୃଦୟବିଦାରକ ଘଟଣା। ସାମାନ୍ୟ ତରକାରୀକୁ ନେଇ ତୁମୂଳ କାଣ୍ଡ। ତରକାରିକୁ ନେଇ ପାଟିତୁଣ୍ଡ ପରେ ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ସ୍ୱାମୀ ନାଁରେ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତର ପଦୁଗୁଡ଼ା ଗ୍ରାମରେ ଘଟିଛି। ମୃତ ମହିଳା ଜଣକ ହେଲେ ୩୨ବର୍ଷୀୟା କବିତା ସାଉନ୍ତା। ଅଭିଯୁକ୍ତ ସ୍ୱାମୀ ରାବ ସାଉନ୍ତା ବୋଲି ଜଣାପଡ଼ିଛି।

Also Read -ପାଣିଘେରରେ ଆସ୍କା ଓ ଭଞ୍ଜନଗର : ସହର ଭିତରେ ୬ ଫୁଟର ବନ୍ୟାଜଳ, ଲୋକେ ହନ୍ତସନ୍ତ

ସୂଚନା ଅନୁଯାୟୀ, ସ୍ୱାମୀଙ୍କୁ ଖାଇବାକୁ ଦେବା ସମୟରେ ସାମାନ୍ୟ ତରକାରୀକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ସ୍ୱାମୀ ରାଗିଯାଇ ନେଇଥିଲା ଚରମ ନିଷ୍ପତ୍ତି। ଟାଙ୍ଗିଆରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଏସ୍ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।