ଆସ୍କା/ଭଞ୍ଜନଗର, ୩୦/୧୦ : ବାତ୍ୟା ଅର୍ଣ୍ଣବର ଲଗାଣ ବର୍ଷା ଆସିକାକୁ ସମ୍ପୂର୍ଣ୍ଣ ଭାବେ ବୁଡ଼େଇ ଦେଇଥିବା ବେଳେ ପାଣି ଘେର ଭିତରେ ରହିଛନ୍ତି ଲୋକେ l ଗୁରୁବାର ସହର ଭିତରେ ୧୨ ଫୁଟ ଉଚ୍ଚତାରେ ପାଣି ପ୍ରଭାଵିତ ହେଉଥିଲା l ଆଜି ପ୍ରଭାବ ଟିକେ କମିଛି । କିନ୍ତୁ ବାର୍ତ୍ତମାନ ମଧ୍ୟ ସହରରେ ୬ ରୁ ୭ ଫୁଟ ପାଣି ରହିଛି l

ସେହିପରି ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି l ବନ୍ୟା ବିପନ୍ନ ଲୋକମାନଙ୍କ ପାଖରେ ରନ୍ଧା ଆଉ ଶୁଖିଲା ଖାଦ୍ୟ ପହଞ୍ଚାଇବା ସହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଈଁ ୮ ଟି ଟିମ୍ ମୁତୟନ ହୋଇଛନ୍ତି l NDRF,ODRAF ସହ ସ୍ଥାନୀୟ ଅଗ୍ନିଶମ ବାହିନୀ ଲଗାତାର ପହଞ୍ଚିବା ସହ ଲୋକଙ୍କୁ ଉଦ୍ଧାର କରୁଛନ୍ତି I ଅନ୍ୟ ପକ୍ଷରେ ଏବେବି ଆସିକା ସହର ସମେତ ଆସିକା ବ୍ଲକର ଅନେକ ଗାଁ ପାଣି ଘେରରେ ରହିଛି I ବାତ୍ୟା ପ୍ରଭାବରେ ଧାନ ଚାଷ ଠାରୁ ଆରମ୍ଭ କରି ପନିପାରିବା ଚାଷ କ୍ଷତିଗ୍ରସ୍ତ ହୋଇଛି I

Also Read :- ତପ୍ତପାଣି ଘାଟିକୁ ଯାଆନ୍ତୁନି ! ରାସ୍ତାରେ ଖସୁଛି ବଡ଼ବଡ଼ ପଥର

ଭଞ୍ଜନଗରରେ ସବୁଆଡ଼େ ପାଣି

ଭଞ୍ଜନଗରର ଲୋହରା ଖଣ୍ଡି ନଦୀରେ ପାଣି ବଢ଼ିବାରୁ ସହରର ସମସ୍ତ ତଳି ଅଞ୍ଚଳରେ ପାଣି ପଶିଛି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି l ଗୁରୁବାର ରାତିରୁ ବର୍ଷା ଛାଡ଼ିଛି ହେଲେ ସହରରେ ରହିଥିବା ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ୍ ଆଦି ବନ୍ୟା ଜଳରେ କ୍ଷତି ଗ୍ରସ୍ତ ହୋଇଛି । ଏବେ ମଧ୍ୟ ସହରର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ପ୍ରଭାହିତ ହେଉଛି ।

ଆହୁରି ମଧ୍ୟ ଗାଡି ମୋଟର ପାଣିରେ ଭାସିଯାଇ ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି l ଲୋହରା ଖଣ୍ଡି ନଦୀରେ ପାଣି କମିବାରେ ଲାଗିଛି l ଅନ୍ୟପଟେ ଭଞ୍ଜନଗର ଏକପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି l