ବଲିଉଡର ପପୁଲାର ତଥା ଶେରଶାହ ଯୋଡ଼ି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା। ଏବେଙ୍କ ଘରକୁ ପୁଣିଥରେ ଆସିବାକୁ ଯାଉଛି ନୂଆ ଅତିଥି। ଅଭିନେତ୍ରୀ କିଆରା ଆଡଭାନୀ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ଏହି ଗୁଡନ୍ୟୁଜ ସେ ନିଜେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ଏବଂ କ୍ୟାପସନ୍ ଜରିଆରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ କିଆରା ଏବଂ ସିଦ୍ଧାର୍ଥଙ୍କ ହାତରେ ଛୋଟ ଧଳା ମୋଜା ଥିବା ଦେଖିବାକୁ ମିଳୁଛି। ଯାହାକୁ ତାଙ୍କ ଛୋଟ ଝିଅ ସରାୟା ମଧ୍ୟ ନିଜର କୁନି କୁନି ହାତରେ ଧରି ରଛନ୍ତି। ନିଜର ଦ୍ୱିତୀୟ ଗର୍ଭାବସ୍ଥା ଘୋଷଣା କରି କିଆରା ଲେଖିଛନ୍ତି, "ପୁଣିଥରେ ସବୁଠାରୁ ସୁନ୍ଦର ଉପହାର ପାଇ ଆମେ କୃତଜ୍ଞ। ଆମ ହୃଦୟ ଭଲପାଇବା ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ।"

ଏହି ଖୁସି ଖବରକୁ ସେୟାର କରିବା ପରେ ବଲିଉଡରୁ ଶୁଭେଚ୍ଛାର ସୁଅ ଛୁଟିଛି। କରଣ ଜୋହର, ମନୀଷ ମଲହୋତ୍ରା ଏବଂ କରୀନା କପୁର, ଭୂମି ପେଡନେକରଙ୍କ ସମେତ ଅନେକ ଅଭିନେତା ଓ ପ୍ରଶଂସକ ଏହି ଷ୍ଟାର ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କହିବାକୁ ଗଲେ ସିଦ୍ଧାର୍ଥ ଏବଂ କିଆରା ପୂର୍ବରୁ ଜୁଲାଇ ୨୦୨୫ରେ ପିତାମାତା ହୋଇଥିଲେ। କିଆରାଙ୍କୁ ନିକଟରେ 'ଟକ୍ସିକ୍'ରେ ଦେଖିବାକୁ ମିଳିଛି।

ସବୁଠାରୁ ବଡ କଥା ନିକଟରେ ଦୀପିକା ପାଦୁକୋଣ ମଧ୍ୟ ଦ୍ୱିତୀୟ ଥର ମା’ ହୋଇଥିଲେ। ଏବେ ଦୀପିକା, ଆଲିଆ ଏବଂ ଅନୁଷ୍କା ସମସ୍ତେ ନିଜ କ୍ୟାରିୟର ଏବଂ ପରିବାର ମଧ୍ୟରେ ସୁନ୍ଦର ଭାବରେ ବାଲାନ୍ସ କରିପାରିଛନ୍ତି। ବର୍ତ୍ତମାନ କିଆରା ମଧ୍ୟ ସେହି ଶୀର୍ଷ ବଲିଉଡ ଅଭିନେତ୍ରୀମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଯେଉଁମାନେ ନିଜ କ୍ୟାରିୟରର ଶୀର୍ଷରେ ଥାଇ ମଧ୍ୟ ପାରିବାରିକ ଜୀବନ ଏବଂ ମାତୃତ୍ୱ ମଧ୍ୟରେ ସଫଳତାର ସହ ସନ୍ତୁଳନ ବଜାୟ ରଖିଛନ୍ତି।