ବାଲିଗୁଡ଼ା ୨୫।୯: ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲ ବାଡି ଘାଟିର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଛି । ବଡ଼ ବଡ଼ ପଥର ଖଣ୍ଡ ଆସି ରାସ୍ତାରେ ପଡି ରହିଛି । ଭୂତ ପଂଖlଳ ପୋଲ ଉପରେ ନଦୀ ଜଳ ମଧ୍ଯ ପ୍ରବାହିତ ହେଉଛି । ତେବେ ଭୂସ୍ଖଳନ ଆଶଙ୍କାରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ତହସିଲଦାର ଧିରୋଜ କୁମାର ପାତ୍ର, ବିଡିଓ ପ୍ରୀତି ରଞ୍ଜନ ରଥ ଓ ପୋଲିସ ପ୍ରଶାସନ ମିଳିତ ଭାବେ ବାଇମାଲା ଠାରେ ରାସ୍ତା ସିଲ୍ କରିଛନ୍ତି ।

ସେପଟେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ଯ ଗାଜଲବାଡି ଠାରେ ରାସ୍ତା ସିଲ୍ କରାଯାଇଛି । ବର୍ଷା ନ ଛାଡିବା ପର୍ଯ୍ୟନ୍ତ ରାସ୍ତା ସିଲ୍ ରହିବ ବୋଲି ପ୍ରସାଶନ ପକ୍ଷରୁ ସୂଚନା ମିଳିଛି, କଳିଙ୍ଗା ଓ ଗାଜଲବାଡ଼ି ଘାଟି ସିଲ୍ ପରେ କନ୍ଧମାଳ-ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି l

Also Read:- ସୁଦୃଢ ହେବ ରାଜ୍ୟର ସମବାୟ କ୍ଷେତ୍ର, ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସେହିଭଳି ଦାରିଙ୍ଗବାଡ଼ି-ବ୍ରାହ୍ମଣୀ ଗାଁ ଛଡ଼ାଖିଆ ଘାଟିରେ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଛି । ରାସ୍ତାରୁ ହଟାଇ ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି l

Watch Video: