ୱାଶିଂଟନ ୨୪।୯ : ଆମେରିକାର ଅନ୍ୟତମ ଭୟଙ୍କର ରହସ୍ୟ । ୪୩୮ ବର୍ଷ ହେଲା ଯେଉଁ ପ୍ରଶ୍ନର ଉତ୍ତର ମିଳୁନି । ଜଣେ କି ଦୁଇ ଜଣ ନୁହେଁ ଗୋଟେ ଜନ ବସତିର ସବୁ ମଣିଷ କୁଆଡେ ଗଲେ ? ସେମାନଙ୍କ ଅନ୍ତର୍ଦ୍ଧାନର ରହସ୍ୟ କେବଳ ଇଂଲଣ୍ଡ କି ଆମେରିକା ନୁହଁ ସାରା ବିଶ୍ବକୁ ଆନ୍ଦୋଳିତ କରିଆସୁଛି ଶହଶହ ବର୍ଷ ଧରି… ଦ ଲଷ୍ଟ କଲୋନି ଅଫ୍ ରୋନୋକ…ଏ ଗ୍ରେଟ୍ ମିଷ୍ଟ୍ରି …ଉତ୍ତର ଆମେରିକାରେ ଥିଲା ଏକ ଦ୍ବୀପ। ଯେଉଁଠି ରହୁଥିଲେ ୧୧୫ ଜଣ ଲୋକ । ଇଂଲଣ୍ଡରୁ ଯାଇ ସେଠାରେ ବସତି ଗଢିଥିଲେ । ଚାଷ ବାସ କରି ଦୀର୍ଘ ବସତିର ଲକ୍ଷ୍ୟ ରଖିଥିଲେ । କିନ୍ତୁ ହଠାତ କଣ ହେଲା କେଜାଣି । ପୁରା ବସତିର ସବୁ ଲୋକ ରାତାରାତି ହୋଇଯାଇଥିଲେ ଉଭାନ । ଘର ଥିଲା, ଜିନିଷପତ୍ର ବି ଥିଲା କିନ୍ତୁ ଜଣେ ବି ଲୋକର ଆତାପତ୍ତା ନଥିଲା । ସେମାନେ ସ୍ଥାନ ଛାଡିଯିବାର ସଂକେତ ବି ନଥିଲା,ଆଉ ନଥିଲା ମଧ୍ୟ କିଛି ଆକ୍ରମଣ,ଯୁଦ୍ଧ, ଅଘଟଣ ବା ବିପତ୍ତିର ଚିହ୍ନ । ୧୫୮୭ରେ ବସତି ବସିଥିଲା, କିନ୍ତୁ ତିନି ବର୍ଷ ପରେ ଅର୍ଥାତ୍ ୧୫୯୦ ରେ ବସତିଟା ଜନଶୂନ୍ୟ ।ସେ ଦ୍ବୀପର ନାମ ଥିଲା ରୋନୋକ । ଏବେ ତାହାର ନୂଆ ନାଁ ନର୍ଥ କାରୋଲିନା ।କ’ଣ ଥିଲା ରହସ୍ୟ …କେଉଁଠୁ ଆରମ୍ଭ, ଆଉ କେଉଁଠି ଟ୍ବିଷ୍ଟ … 

Watch Video:-

ଦ ଲଷ୍ଟ କଲୋନି ଅଫ୍ ରୋନୋକର ସତ ଜାଣିବାକୁ ହେଲେ ତଳେ ଦିଆଯାଇଥିବା ଭିଡିଓରେ ଦେଖନ୍ତୁ…