ନୂଆଦିଲ୍ଲୀ ୨୫।୦୯; ବଲିଉଡ୍ କରିଡରରୁ ଆସୁଛି ଏକ ବଡ଼ ଚର୍ଚ୍ଚିତ ଖବର। ମୁମ୍ବାଇ ସ୍ଥିତ ଟି-ସିରିଜ୍ (T-Series) କାର୍ଯ୍ୟାଳୟରେ ଏକ ଭବ୍ଯ ସତ୍ୟନାରାୟଣ ପୂଜାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। କାରଣ ଏହି କାର୍ଯ୍ୟକ୍ରମରେ ଭୂଷଣ କୁମାର ଏବଂ ବଲିଉଡର ଅନେକ ନାମୀଦାମୀ ତାରକାମାନେ ଯୋଗ ଦେଇଥିଲେ। ହେଲେ ଅନୁପସ୍ଥିତ ଥିଲେ ଭୂଷଣଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋସଲା। ଆଉ ଏହି ଛୋଟ ଅନୁପସ୍ଥିତି ହିଁ ପୁଣି ଥରେ ସେମାନଙ୍କ ବୈବାହିକ ଜୀବନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୁମ୍ବାଇ ମୁଖ୍ୟାଳୟରେ ଆୟୋଜିତ ଏହି ସତ୍ୟନାରାୟଣ ପୂଜାରେ ବଲିଉଡର ଅନେକ କଳାକାର ପୂଜାର୍ଚ୍ଚନା ପାଇଁ ଆସିଥିଲେ । କମ୍ପାନୀର ଆଗାମୀ ପ୍ରୋଜେକ୍ଟଗୁଡ଼ିକର ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ଭୂଷଣ କୁମାରଙ୍କୁ ତାଙ୍କ ଭଉଣୀମାନଙ୍କ ସହ ନଜର ଆସିଥିଲେ। ଏହି ସ୍ୱତନ୍ତ୍ର ଅବସରରେ ଦିବ୍ୟାଙ୍କ ଅନୁପସ୍ଥିତି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳସ୍ୱରୂପ, ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ପୁଣିଥରେ ଛାଡ଼ପତ୍ର ଓ ବିଚ୍ଛେଦର ଗୁଜବ ଚର୍ଚ୍ଚା ହେଉଛି।

୨୦୨୪ ଫେବୃଆରୀରେ ଦିବ୍ୟା ନିଜ ସୋସିଆଲ ମିଡିଆରୁ 'କୁମାର' ସରନେମ୍ ହଟାଇବା ଏବଂ ଟି-ସିରିଜ୍ ଆକାଉଣ୍ଟକୁ ଅନଫଲୋ କରିବା ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ସେତେବେଳେ କମ୍ପାନୀର ମୁଖପାତ୍ର ଏହାକୁ କେବଳ ଏକ 'ଜ୍ୟୋତିଷଶାସ୍ତ୍ରୀୟ ବିଶ୍ୱାସ' ବୋଲି କହି ଖଣ୍ଡନ କରିଥିଲେ। ୨୦୨୫ ଡିସେମ୍ବରରେ ଏକ ଅନ୍ଲାଇନ୍ ପ୍ରଶ୍ନୋତ୍ତର ସମୟରେ ଛାଡ଼ପତ୍ର ଗୁଜବ ସମ୍ପର୍କରେ ପ୍ରଶ୍ନ ହେବାରୁ ଦିବ୍ୟା ସ୍ପଷ୍ଟ ଭାବେ କହିଥିଲେ,"ନା,କିନ୍ତୁ ଗଣମାଧ୍ୟମ ନିଶ୍ଚିତ ଭାବରେ ଏହା ଚାହୁଁଛି।"

ତେବେ ପ୍ରଶ୍ନ ଉଠୁଛି— କେବଳ ଗୋଟିଏ କାର୍ଯ୍ୟକ୍ରମରେ ଅନୁପସ୍ଥିତି କ’ଣ ସମ୍ପର୍କରେ ଫାଟର ପ୍ରମୁଖ ପ୍ରମାଣ? ନା ଏହା କେବଳ ସୋସିଆଲ ମିଡିଆର କଳ୍ପନାଜଳ୍ପନା? ବର୍ତ୍ତମାନ ସୁଦ୍ଧା ଭୂଷଣ କୁମାର କିମ୍ବା ଦିବ୍ୟାଙ୍କ ପକ୍ଷରୁ ଏହି ଗୁଜବ ଉପରେ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ଆଗକୁ ଏହି ବିଷୟରେ ଆଉ କ’ଣ ସତ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ରହିବ ଆମର କଡ଼ା ନଜର।