ଭୁବନେଶ୍ବର ୨୫।୯: ସୁଦୃଢ ହେବ ରାଜ୍ୟର ସମବାୟ କ୍ଷେତ୍ର । ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତିକମରେ ଜଣଙ୍କୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ । ବଡ଼ମ୍ବା ଓ ଆସିକା ଅଞ୍ଚଳର ଆଖୁଚାଷୀଙ୍କ ପାଇଁ ନୂତନ ଯୋଜନା—ଏକର ପିଛା ୧୫ ହଜାର ଟଙ୍କା ଇନପୁଟ୍ ସବସିଡି । ପ୍ରଥମ ଥର ପାଇଁ ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବ। ସମବାୟ ସମିତିରେ ୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, ୫୦ଟି କୃଷି ସେବା କେନ୍ଦ୍ର, ୬୦ଟି ଖାଉଟି କେନ୍ଦ୍ର ଏବଂ ୨୫୦ଟି ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଦସ୍ୟତା ପଞ୍ଜୀକରଣ ପାଇଁ ନୂଆ ମୋବାଇଲ୍ ଆପ୍ ଶୁଭାରମ୍ଭ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ୧୦୦ ଟଙ୍କା ବୋନସ କଥା କହିକି ଦେଇପାରିଲେ କି । କିନ୍ତୁ ଆମ ସରକାର ଆସୁ ଆସୁ ୮୦୦ ଟଙ୍କା ବୋନସ ଦେଲେ । ବିରୋଧୀଙ୍କ କାମ ବିରୋଧ କରିବା ସେ କରୁଛନ୍ତି । କିନ୍ତୁ ବୋନସ ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । କେନ୍ଦ୍ର ରାଜ୍ୟ ସରକାରଙ୍କୁ ମିଶାଇ ମୋଟ୍ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଯାହା ଅନ୍ୟ କୌଣସି ରାଜ୍ୟରେ ଦିଆଯାଉନାହିଁ । ମୁଁ ବି ଜଣେ ଚାଷୀ । କଲେଜରେ ପାଠ ପଢ଼ୁଥିଲି ଚାଷ କରୁଥିଲି । ଗୁରୁଜୀ ଥିଲି ଚାଷ କରୁଥିଲି । ସରପଞ୍ଚ ଥିଲି ଚାଷ କରୁଥିଲି । ବିଧାୟକ ଥିଲି ଚାଷ କରୁଥିଲି । ବର୍ତ୍ତମାନ ସମୟ ହେଉନାହିଁ କିନ୍ତୁ ଯେତେବେଳେ ସୁଯୋଗ ମିଳୁଛି କରୁଛି ।

ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରାଯାଇଛି । ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତିକମରେ ଜଣଙ୍କୁ ସମବାୟ ସଦସ୍ୟ କରିବା ଲକ୍ଷ୍ୟ ରଖିଛି । ସଦସ୍ୟତା ପଞ୍ଜୀକରଣ ପାଇଁ ନୂଆ ମୋବାଇଲ୍ ଆପ୍ ଶୁଭାରମ୍ଭ କରାଯାଇଛି । ବଡ଼ମ୍ବା ଓ ଆସିକା ଆଖୁଚାଷୀଙ୍କ ପାଇଁ ଏକର ପିଛା ୧୫ ହଜାର ଟଙ୍କା ଇନପୁଟ୍ ସବସିଡି ଘୋଷଣା ମଧ୍ୟ କରାଯାଇଛି । ପ୍ରଥମ ଥର ପାଇଁ ୩୨୨ଟି ପ୍ୟାକ୍ସ/ଲ୍ୟାମ୍ପ୍ସର ୫.୬୫ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ୨୮.୬୨ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି । ୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, ୫୦ଟି କୃଷି ସେବା କେନ୍ଦ୍ର, ୬୦ଟି ଖାଉଟି କେନ୍ଦ୍ର ଓ ୨୫୦ଟି ଜନସେବା କେନ୍ଦ୍ରର ଶୁଭାରମ୍ଭ ।

Also Read:- ଲଗାଣ ବର୍ଷା ଓ ବନ୍ୟା: ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ଅଧିକ ପ୍ରଭାବିତ, ବ୍ୟାପକ ସ୍ଥାନାନ୍ତର

୧୮୫ଟି ଉନ୍ନୀତ ଧାନ କ୍ରୟ କେନ୍ଦ୍ରର ମଧ୍ୟ ଲୋକାର୍ପଣ ହୋଇଛି । ରାଜ୍ୟରେ ୧୦୦ଟି ମଡେଲ ମଣ୍ଡି ସ୍ଥାପନ ଯୋଜନା । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୪ଟିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ୩୬ ଜଣ ସମବାୟ ନିରୀକ୍ଷକ ଓ OSWCର ୩୦ ଜଣ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଚାଷୀ ଓ ଗ୍ରାମାଞ୍ଚଳର ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଅଧିକ ଯୋଡ଼ିବା ଓ ସେବା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ୪୦୦୦ ଧାନ ମଣ୍ଡିରେ ଚାଷୀମାନଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦୦୦ ମଣ୍ଡିର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । ୩ଟି ଗୋଦାମ ଘର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

Watch Video: