ଭୁବନେଶ୍ବର ୨୫।୯: ରାଜଧାନୀର ଅପରାଧ ନିୟନ୍ତ୍ରଣର ଏବେ ୨୦୧୫ ବ୍ୟାଚ୍ର IPS ଅଧିକାରୀ ଡା. ସର୍ବଣା ବିବେକ ଏମ୍.ଙ୍କ ହାତରେ । ବ୍ରହ୍ମପୁର SP ଭାବେ ଦାୟିତ୍ୱ ସମ୍ଭାଳିବା ପରେ ସେ ଏବେ ଭୁବନେଶ୍ୱର DCP ଭାବେ ଯୋଗ ଦେଇଛନ୍ତି । ଭୁବନେଶ୍ଵର DCP ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ସର୍ବଣା ବିବେକ ଏମ୍. ।

ଭୁବନେଶ୍ବରରେ ପହଞ୍ଚିଲା ପରେ ନବ ନିଯୁକ୍ତ ଡିସିପି ସର୍ବଣା ବିବେକ ଏମ୍. ଦାୟିତ୍ବ ନେଇଛନ୍ତି । ପ୍ରଥମେ ପୋଲିସ କମିଶନର ଏବଂ ଅତିରିକ୍ତ କମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହା ପରେ ଡିସିପି କାର୍ଯ୍ୟାଳୟକୁ ଯାଇ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସର୍ବଣା ବିବେକ୍ ଏମ୍. । ବ୍ରହ୍ମପୁରରୁ ବଦଳି ହୋଇ ୨୦୧୫ ବ୍ୟାଚ୍ ଆଇପିଏସ୍ ସର୍ବଣା ବିବେକ ଭୁବନେଶ୍ୱର ଡିସିପି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୩ ବ୍ଯାଚ୍ ଆଇପିଏସ୍ ଜଗମୋହନ ମୀନା ଅବସର ନେବା ପରେ ଖାଲି ପଡ଼ିଥିଲା ଭୁବନେଶ୍ୱର ଡିସିପି ପଦ ।

ତାମିଲନାଡୁର ତିରୁନେଲଭେଲିର ବାସିନ୍ଦା ସର୍ବଣା ବିବେକ ଏମ୍. ପେସାରେ MBBS ଡାକ୍ତର ଥିଲେ । ପରେ UPSC ଉତ୍ତୀର୍ଣ୍ଣ ହୋଇ IPS ହୋଇଥିଲେ । ତାଙ୍କର ପ୍ରଥମ ଫିଲ୍ଡ ପୋଷ୍ଟିଂ ମାଓ ପ୍ରଭାବିତ ମାଲକାନଗିରିରେ SDPO ଭାବେ ହୋଇଥିଲା । ସେଠାରୁ ଆରମ୍ଭ ହୋଇଥିବା କ୍ୟାରିୟରରେ ରାୟଗଡ଼ା SP, କଳାହାଣ୍ଡି SP, ଭିଜିଲାନ୍ସ SP ଏବଂ ବ୍ରହ୍ମପୁର SP ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ।

Also Read:- କରଞ୍ଜିଆରେ ଘରେ ପଶିଥିଲା ମହାବଳ, ୧୩ ଘଣ୍ଟା ପରେ କାବୁକଲା ବନ ବିଭାଗ

୨୦୧୯ରେ ରାୟଗଡ଼ା SP ଥିବାବେଳେ ସଡ଼କ ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ସେ ନିଜେ ପ୍ରାଥମିକ ଚିକିତ୍ସା ଦେଇ ଜୀବନ ବଞ୍ଚାଇଥିଲେ । ଡାକ୍ତର ଭାବେ ତାଙ୍କର ସେହି ତତ୍ପରତା ସେତେବେଳେ ବ୍ୟାପକ ପ୍ରଶଂସା ସାଉଁଟିଥିଲା । ଏବେ ରାଜଧାନୀରେ ଲୁଟ୍, ଛିନତାଇ, ନିଶା କାରବାର, ସଂଗଠିତ ଅପରାଧ ଏବଂ ପାର୍ବଣ ସମୟର ଆଇନ ଶୃଙ୍ଖଳା ପରିଚାଳନା ଭଳି ଚ୍ୟାଲେଞ୍ଜ ମଧ୍ୟରେ ଡା. ସର୍ବଣା ବିବେକଙ୍କ ଉପରେ ରହିଛି ଭୁବନେଶ୍ୱର ପୋଲିସର ଅପରାଧ ଦମନର ବଡ଼ ଦାୟିତ୍ୱ ।

Watch Video: