ପାଟଣାଗଡ଼ ୨୭।୭: ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ କଳାହାଣ୍ଡିର ଚର୍ଚ୍ଚିତ ଚେହେରା ଦାନ ମାଝୀ । ୨୦୧୬ ମସିହାରେ ନିଜ ସ୍ତ୍ରୀଙ୍କ ଶବ କାନ୍ଧରେ ବୋହିନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ସର୍ଟ ଫିଲ୍ମ ‘ଲାଶ୍’କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଦାନ ମାଝୀଙ୍କ କାହାଣୀ ଉପରେ ଆଧାରିତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର 'ଲାଶ୍' । ହେଲେ ତାଙ୍କ ଅନୁମତି ବିନା । ସର୍ଟ ଫିଲ୍ମ କରିଥିବା ନିର୍ଦ୍ଦେଶକ ତଥା ପ୍ରଯୋଜକଙ୍କ ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦାନ ମାଝୀ ।

ସମ୍ବଲପୁରର ମନୋଜ କୁମାର ବାଗ୍ ଦାନ ମାଝୀଙ୍କ ଠାରୁ ଅନୁମତି ନନେଇ ଗୋଟିଏ ସର୍ଟ ଫିଲ୍ମ ତିଆରି କରିଛନ୍ତି । ପରେ ତାକୁ ଓଟିଟି ପ୍ଲାଟ୍‌ଫର୍ମରେ ଛାଡିଛନ୍ତି ମଧ୍ୟ । ତେବେ ଫିଲ୍ମଟି ଅତି ନିମ୍ନମାନର ଫିଲ୍ମ ହୋଇଥିବା ଦାନ ମାଝୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେ ପାଟଣାଗଡ଼ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।