ଭୁବନେଶ୍ବର ୨୭।୭: ଲଗାଣ ବର୍ଷା ଓ ସମ୍ଭାବ୍ଯ ବନ୍ଯା ସ୍ଥିତିର ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ କରାଯାଉଛି । ସେଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଯାବତ୍ ବଡ଼ ବର୍ଷା ନାହିଁ ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ଦେଖିବାକୁ ମିଳିଛି 

ଆଲର୍ଟ ଥିବା ଜିଲ୍ଲାପାଳ ମାନଙ୍କ ସହ ବୈଠକ ମଧ୍ଯ କରାଯାଇଛି । ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ କରିସାରିଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଆଲର୍ଟ କରାଯାଇଛି । ଭୟ କରନ୍ତୁ ନାହିଁ ।

Also Read:- ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ୧୨ ରୋଗୀଙ୍କ ପାଇଁ ୬ ଲକ୍ଷ ୧୫ ହଜାର ଟଙ୍କା ମଞ୍ଜୁର

ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସନ୍ଧ୍ୟା ଯାଏଁ ଆମକୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ହେବ । ଉପର ମୁଣ୍ଡରେ ବର୍ଷା ହେଲେ ଆମ ରାଜ୍ୟରେ ବନ୍ୟା ଆସେ । ଯେହେତୁ ଉପର ମୁଣ୍ଡରେ ବର୍ଷା ନାହିଁ ତେଣୁ ସେ ଆଶଙ୍କା ନାହିଁ ବୋଲି ସେ କହିଛନ୍ତି ।