ଭୁବନେଶ୍ବର ୬।୨: ମାଆଙ୍କ ପରେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ​​​​​​​ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଖୋଦ୍ ଯାତ୍ରା ଅଭିନେତା ସାଇ ସତ୍ୟଜିତ୍ ପଣ୍ଡା । ସଙ୍ଗୀନ ଅଭିଯୋଗ ସହ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଇ ଓ ତାଙ୍କ ମାଆ । ପ୍ରଥମେ ସାଇଙ୍କ ମାଆ ନାଣ୍ଡୁ ବାବୁଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦେଇଥିଲେ । ପରେ ସାଇ ନିଜେ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ନାଣ୍ଡୁ ବାବୁ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏତଲାରେ ଉଲ୍ଲେଖ ରହିଛି । ସେ ପର୍ସନାଲ କିଛି ନକଲେ ବି ଲୋକ ଲଗାଇ ସବୁ କରାଉଛନ୍ତି । କିଛି ଲୋକ ତାଙ୍କୁ ଧମକ ଚମକ ଦେଉଥିବା ସାଇ ସତ୍ୟଜିତ୍ ଅଭିଯୋଗ ଆଣିଛନ୍ତି । ଏମିତି କି ଲୋକ ଲଗାଇ ଉଠେଇନେବା, ମାରିଦେବା ଭଳି ଧମକ ମଧ୍ୟ ଦେଉଛନ୍ତି । ପରିବାର ଲୋକେ ସାଇଙ୍କ ଜୀବନ ବିପଦରେ ଥିବା ଅନୁଭବ କରୁଛନ୍ତି । ଯେଉଁଥିପାଇଁ ଆଗାମୀ ଦିନରେ ତାଙ୍କୁ ଯାତ୍ରା କରିବାକୁ ବାରଣ କରୁଛନ୍ତି ପରିବାର ଲୋକେ । ସାଇ ଅନ୍ୟ ଏକ ଯାତ୍ରା ପାର୍ଟିରୁ ଅଗ୍ରୀମ ଟଙ୍କା ମଧ୍ୟ ଆଣିଛନ୍ତି ଯାହା ବିଷୟରେ ନାଣ୍ଡୁ ବାବୁ ଜାଣିଛନ୍ତି । ତେଣୁ ତାଙ୍କୁ ପୁନର୍ବାର ନିଜ ପାର୍ଟିରେ ରହିବାକୁ ନାଣ୍ଡୁ ବାବୁ ବାଧ୍ୟ କରୁଛନ୍ତି ।​​​​​​​

ପୂର୍ବରୁ ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି ଯାତ୍ରା କଳାକାର ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ । ତେବେ ନାଣ୍ଡୁ ବାବୁ ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେବା ସହ ଧମକ ଚମକ ଦେଉଥିବା ସାଇ ସତ୍ୟଜିତ୍‌ଙ୍କ ମାଆ ଦେଇଥିବା ଏଫଆଇଆରରେ ଉଲ୍ଲେଖ ରହିଛି । ସାଇ ସତ୍ୟଜିତ୍ ତୁଳସୀ ଗଣନାଟ୍ୟରେ ଖଳନାୟକ ଭାବେ ଅଭିନୟ କରନ୍ତି ।​​​​​​​ ତେବେ ସେ ଅସୁସ୍ଥ ଥିବା ଜଣାପଡିଛି ।

ଏ ଖବର ବି ପଢ଼ନ୍ତୁ:- କଂଗ୍ରେସ ଭବନ ଗେଟ୍‌ରେ ପଡ଼ିଲା ତାଲା : ସମର୍ଥକଙ୍କୁ ନେଇ ଆସୁଛନ୍ତି ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ

ସାଇ ସତ୍ୟଜିତ୍‌ଙ୍କ ମାଆ କହିଛନ୍ତି ଯେ, ମୋ ପୁଅର ଜୀବନ ପ୍ରତି ବିପଦ ଅଛି । ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ମୋ ପୁଅକୁ ୫-୬ ଦିନ ହେବ ଗୁଣ୍ଡା ଲଗାଇ ଧମକ ଦେଉଛନ୍ତି । ଏମିତିକି ଗ୍ରୀନ୍ ରୁମ୍‌କୁ ଆସି ମଧ୍ୟ ସେଠାରେ ସେ ଧମକାଉଛନ୍ତି । ଯାହା ଫଳରେ ମୋ ପୁଅ ଗତକାଲି ଅସୁସ୍ଥ ହୋଇପଡିଥିଲା । ତାକୁ ସେଠାରେ ଥିବା ଲୋକେ ଏବଂ କିଛି ସହ କଳାକାର ହସ୍ପିଟାଲ ନେଇ ଯାଇଥିଲେ । ଆଜି ସକାଳେ ମୁଁ ଆଜି ମୋ ପୁଅକୁ ଖଣ୍ଡଗିରିରୁ ନେଇ ଆସିଛି । ଏପର୍ଯ୍ୟନ୍ତ ତାଙ୍କ ଯାତ୍ରାପାର୍ଟି ତରଫରୁ କି ମାଲିକଙ୍କ ତରଫରୁ ପୁଅ ଅସୁସ୍ଥ ହେବା ନେଇ କୌଣସି ସୂଚନା ଦିଆଯାଇନାହିଁ । ଏହା ବଡ଼ ଦୁଃଖର କଥା । ମୋ ପୁଅର ଜୀବନ ପ୍ରତି ବିପଦ ଥିବାରୁ ମୁଁ ଆଉ ତାକୁ ଯାତ୍ରାପାର୍ଟିକୁ ଛାଡ଼ିବିନାହିଁ । 

ଏ ଖବର ବି ପଢ଼ନ୍ତୁ:- ​​​​​​​ଭକ୍ତ ଦାସଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ନାଣ୍ଡୁବାବୁ, କହିଲେ- ତାଙ୍କ ନାଁରେ ରହିଛି ସଙ୍ଗୀନ ମାମଲା

​​​​​​​ଗତବର୍ଷ ଯାତ୍ରାଜଗତରେ ଚର୍ଚ୍ଚା ଏବଂ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ । ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ନାଣ୍ଡୁ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଏମିତି କି ତାଙ୍କ ସଂସାର ଭାଙ୍ଗିଦେଇଥିବା ମଧ୍ୟ ନାଣ୍ଡୁ ବାବୁଙ୍କ ନାଁରେ ଶ୍ରୀକ୍ଷେତ୍ର ଅଭିଯୋଗ ଆଣିଥିଲେ । କେବଳ ଯାତ୍ରା ନୁହେଁ ରାଜନୀତିରେ ବି ଚର୍ଚ୍ଚାରେ ଥିଲେ ନାଣ୍ଡୁବାବୁ । କଂଗ୍ରେସରେ ମିଶିବାକୁ ସେ ସବୁ ପ୍ରକାର ତୟାର ମଧ୍ୟ ଥିଲେ । କିନ୍ତୁ ଭକ୍ତ ବାବୁ ତାଙ୍କୁ କଂଗ୍ରେସରେ ମିଶାଇବାକୁ ରୋକଠୋକ ମନା କରିଦେଇଥିଲେ । ନିଜ ସମର୍ଥକଙ୍କ ସହ କଂଗ୍ରେସ ଭବନରୁ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । ଯାହାକୁ ନେଇ ବେଶ୍ କିଛି ଦିନ ଧରି ଚାଲିଥିଲା ହାଇଡ୍ରାମା । କେତେବେଳେ ନାଣ୍ଡୁ ବାବୁ ସାମ୍ବାଦିକ ସମ୍ମିଳନୀ କରି ଭକ୍ତ ବାବୁଙ୍କୁ ଟାର୍ଗେଟ୍ କରିଥିଲେ ତ ଆଉ କେତେବେଳେ ଭକ୍ତ ବାବୁ ନାଣ୍ଡୁ ବାବୁଙ୍କୁ ଟାର୍ଗେଟ୍ କରିଥିଲେ । ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି ନାଣ୍ଡୁ ବାବୁ ।​​​​​​​