LIVE TV

କଂଗ୍ରେସ ଭବନ ଗେଟ୍‌ରେ ପଡ଼ିଲା ତାଲା : ସମର୍ଥକଙ୍କୁ ନେଇ ଆସୁଛନ୍ତି ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ

NEWS7
Congress Bhawan

ଭୁବନେଶ୍ବର ୧୫୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳ ଏହି ସମୟରେ ନିଜ ବଳ ବଢାଇବାକୁ ଲାଗିପଡିଛନ୍ତି । ମିଶ୍ରଣ ପର୍ବ କରି ନେତା କର୍ମୀଙ୍କୁ ଦଳରେ ମିଶାଉଛନ୍ତି । ଏହି ପରୀପ୍ରେକ୍ଷୀରେ କଂଗ୍ରେସ ଆଗରେ ରହିଛି । ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଆୟୋଜନ କରି ନେତା ଓ କର୍ମୀଙ୍କୁ ଦଳରେ ମିଶାଉଛି କଂଗ୍ରେସ ।  ତେବେ ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମଳିଛି କିଛି ଭିନ୍ନ ଚିତ୍ର । କଂଗ୍ରେସ ଭବନରେ ମହା ମିଶ୍ରଣ ପର୍ବ ଆୟୋଜିତ ହେଉଥିବା ଖବର ଭିତରେ କଂଗ୍ରେସ ଭବନ ଗେଟ୍‌ରେ ପଡିଛି ତାଲା ।

ସେପଟେ ଦଳରେ ମିଶିବାକୁ ନିଜ ସମର୍ଥକଙ୍କୁ ନେଇ କଂଗ୍ରେସ ଭବନ ଆସୁଛନ୍ତି ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ହେଲେ କଂଗ୍ରେସ ଭବନରେ ନାଣ୍ଡୁ ବାବୁଙ୍କୁ ପୁରାବେ ନାହିଁ ବୋଲି ଗେଟ୍ରେ ତାଲା ପକାଇଦେଲେ କଂଗ୍ରେସ ଭବନ କର୍ମଚାରୀ । କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଏଭଳି ହାଇଡ୍ରାମା । ତେବେ ପିସିସି ସଭାପତି ଭକ୍ତ ଦାସ କି ଅନ୍ୟ କୌଣସି ବରିଷ୍ଠ ନେତା ଏବେ ଏଠାରେ ଉପସ୍ଥିତ ନାହାନ୍ତି ତେଣୁ ମିଶ୍ରଣ ପାଇଁ ନାଣ୍ଡୁ ବାବୁଙ୍କୁ କିଏ ଅନୁମତି ଦେଲା ବୋଲି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି । ସେପଟେ କଂଗ୍ରେସ ଭବନ ବାହାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି l ଏହାକୁ ନେଇ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ପୋଲିସ

ଉଲ୍ଲେଖଯୋଗ୍ୟ ଯ କିଛି ମାସ ପୂର୍ବରୁ ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ଚାଲିଥିବା ବାଦ ବିବାଦରେ ଅନନ୍ତ ନାରାୟଣ ଧଳ ଚର୍ଚ୍ଚାରେ ରହିଥିଲେ। ସିଏ ଏବେ କଂଗ୍ରେସ ଦଳର ଯୋଗ ଦେଇ ରାଜନୀତିରେ ପାଦ ଥାପିବାକୁ ମନ ବଳାଇଛନ୍ତି । ​​​​​​​