ଦେବଗଡ଼: ସୋମବାର ଦେବଗଡ ଜିଲ୍ଲା ରିଆମାଳ ବ୍ଳକ ଅନ୍ତର୍ଗତ ବେଗୁନିଆନାଳି ଗ୍ରାମରେ ଜନଜାତୀୟ ଗରିମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସରକାର ଙ୍କର ବହୁ ଆକାଂକ୍ଷିତ “ଜନ ଭାଗୀଦାରୀ – ସବସେ ଦୂର, ସବସେ ପହେଲେ” (ଆଇଆଇସି) ଅଭିଯାନର ଶୁଭାରମ୍ଭ କରାଯାଇଥିଲା।

ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନାର ସେବା ପହଞ୍ଚାଇବା, ହିତାଧିକାର ସୁନିଶ୍ଚିତ କରିବା ଓ ଜନସଚେତନତା ବୃଦ୍ଧି କରିବା , ଜନସାଧାରଣଙ୍କ ସକ୍ରିୟ ଭାଗୀଦାରୀ, ତୃଣମୂଳ ସ୍ତରରେ ସରକାରୀ ସେବାର ପ୍ରସାର ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବା।

Also Read: ଶ୍ବଶୁର ଘର ବାରିପଟୁ ମିଳିଲା ଜ୍ବାଇଁଙ୍କ ମୃତଦେହ, ୫ ଫୁଟ ଉଚ୍ଚରେ ଥିବା ସରୁ ଡାଳରେ କେମିତି ଝୁଲିଲେ ୬ ଫୁଟର ବ୍ୟକ୍ତି ?

ଏହି ଅଭିଯାନ ଅବସରରେ ଆଦି ସେବା କେନ୍ଦ୍ରରେ ଜନ ଅଭିଯୋଗ ଶୁଣାଣି ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଗ୍ରାମବାସୀମାନଙ୍କ ଅଭିଯୋଗ ଗ୍ରହଣ କରାଯାଇ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା। ଏହା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଆଧାର ନାମଲେଖା ଶିବିର ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଲାଭ ସମ୍ପୃକ୍ତି ଶିବିର ଆୟୋଜନ କରାଯାଇ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ସେବା ଓ ଯୋଜନାର ସୁବିଧା ପ୍ରଦାନ କରାଯାଇଥିଲା।ପରେପରେ ବୃକ୍ଷ ରୋପଣ କରାଯାଇଥିଲା।

ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଚିକିତ୍ସା ଅଧିକାରୀ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ପଞ୍ଚାୟତ ଜନ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍ବେଛାସେବୀ ସଂଗଠନ ପ୍ରତିନିଧି, ଜନସାଧାରଣ ଉପସ୍ଥିତ ଥିଲେ।