ନୂଆଦିଲ୍ଲୀ, ୧୨।୧୧ : ଥରିଲା ନେପାଳ । ଗୁରୁବାର ସକାଳୁ ସକାଳୁ ନେପାଳରେ ଲାଗିଛି ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ୍ ହୋଇଛି ।

ରିପୋର୍ଟ ଅନୁସାରେ, ଗୁରୁବାର ଭୋର୍ ୪ଟା ୩୦ରେ ନେପାଳ ଭୂମିକମ୍ପର ଝଟକାରେ ଥରି ଉଠିଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୭୩ କିମି ଗଭୀରତାରେ ଥିବା ଜଣା ପଡିଛି । ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ତେବେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଝଟକା ଲାଗିବା ପରେ ସେମାନେ ଘରୁ ବାହାରି ଆସିଥିଲେ ।

Also Read :- ଇରାନ ଦେଖାଇଲା ନିଜର ଅସ୍ତ୍ର ଭଣ୍ଡାର, ମାଟି ତଳେ ରଖିଛି ହଜାର ହଜାର ମିସାଇଲ : ଥରିଲେଣି ଟ୍ରମ୍ପ୍ !

ଏହାପୂର୍ବରୁ ଗତ ନଭେମ୍ବର ୧ ତାରିଖରେ ଜାପାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରହିଥିଲା । ଏଥିରେ କିଛି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲା ।

ସୂଚନାଯୋଗ୍ୟ, ଦୁଇମାସ ତଳେ ନେପାଳରେ ବଡ଼ ଧରଣର ଜଳପ୍ରଳୟ ଆସିଥିଲା । ଏଥିରେ ହଜାର ହଜାର ଲୋକେ ପ୍ରାଣ ହରାଇଥିଲେ । ହଠାତ ପାଣି ମାଡ଼ି ଆସିବାରୁ ଲୋକେ ଭାସି ଯାଇଥିଲେ । ଅନେକ ଭାରତୀୟ ମଧ୍ୟ ନେପାଳର ଜଳପ୍ରଳୟରେ ପ୍ରାଣ ହରାଇଥିଲେ ।